ଭୁବନେଶ୍ୱର : ଫେବ୍ରୁୟାରୀ ୧୩ରୁ ଆରମ୍ଭ ହେବ ବିଧାନ ସଭା ଅଧିବେଶନ । ରାଜ୍ଯପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ । ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ ବଜେଟ ଅଧିବେଶନ ।
ବଜେଟ୍ ଅଧିବେଶନରେ ସମୁଦାୟ ୨୮ ଟି କାର୍ଯ୍ୟ ଦିବସ ରହିଛି । ଫେବ୍ରୁୟାରୀ ୧୭ ରେ ବଜେଟ୍ ଉପସ୍ଥାପନ ହେବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୨୧ ଯାଏ ଚାଲିବାକୁ ଥିବା ବେଳେ ମାର୍ଚ୍ଚ ୭ ରୁ ଏପ୍ରିଲ ୫ ତାରିଖ ଯାଏ ଚାଲିବ ଦ୍ୱିତୀୟ ଅଧିବେଶନ । ଫେବୃଆରୀ ୨୨ ରୁ ମାର୍ଚ୍ଚ ୬ ଯାଏ ଅଧିବେଶନ ବନ୍ଦ ରହିବ ।