ସଂଚାର ବ୍ୟୁରୋ: ଶଙ୍ଖ ଭବନ କ୍ୟାଣ୍ଟିନକୁ ନେଇ ଆରମ୍ଭ ହୋଇଥିବା ରାଜନୀତିକୁ ବିଜେଡି- ବିଜେପି ମଧ୍ୟରେ ଆରମ୍ଭ ହୋଇଛି ରାଜନୀତି । ବିଜେପି ପ୍ରେସମିଟ୍ କରି ବିଜେଡିକୁ ଟାର୍ଗେଟ କରିଥିବାବେଳେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ ଏହାର ଜବାବ ରଖିଛନ୍ତି । ଶଙ୍ଖ ଭବନ କ୍ୟାଣ୍ଟିନରେ ଖାଇବା ପାଇଁ ବିଜେପି ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି । ପ୍ରେସମିଟ୍ କରି ଶଙ୍ଖ ଭବନକୁ ରେଷ୍ଟୁରାଣ୍ଟ କହିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ବିଏମସି ପାଖରୁ କାର୍ଯ୍ୟାଳୟ ପାଇଁ ଅନୁମତି ନେଇ ସେଠାରେ ବିଜେଡି କେମିତି ହୋଟେଲ ଚଳାଉଛି ପ୍ରଶ୍ନ କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ। ସେ କହିଛନ୍ତି ଯେ, କାଙ୍ଗାଳ ହୋଇଗଲାଣି ବିଜେଡି। କର୍ପୋରେଟ୍ ଫଣ୍ଡିଂ ବନ୍ଦ ହେବା ଯୋଗୁଁ ପାର୍ଟି ଅଫିସ ଖର୍ଚ୍ଚ ତୁଲାଇବା ପାଇଁ ହୋଟେଲ ଖୋଲି ବ୍ୟବସାୟ କରୁଛି ବିଜେଡି। ସତରେ କଣ ବିଜେଡି ନିଶ୍ଚିହ୍ନ ହେବାକୁ ଯାଉଛି? ଲୋକେ ଆଉ କାର୍ଯ୍ୟାଳୟକୁ ଆସୁ ନାହାଁନ୍ତି କି ? କେବଳ ପୂଜାପର୍ବ ଭଳି କାର୍ଯ୍ୟକ୍ରମ ପାଇଁ ନିମିତ୍ତ ମାତ୍ର ରହିଛି କି ବିଜେଡି କାର୍ଯ୍ୟାଳୟ ? ବିଜେଡି ଜବାବ ଦେଉ ଯେ ଶଙ୍ଖ ଭବନକୁ ହୋଟେଲ କରିବେ ନା କାର୍ଯ୍ୟାଳୟ କରିବେ? ଯଦି ହୋଟେଲ କରିବେ ସେ ଜାଗା ପାଇଁ ଅନୁମତି ବାର୍ଯ୍ୟାପ୍ତି କରାଯାଉ ବୋଲି ଦାବି କଲା ବିଜେପି।
ସେପଟେ ଏହାକୁ କାଉଣ୍ଟର୍ କଲେ ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଯେ, ରେଳ ବିଭାଗରେ ଏବଂ ସଂସଦରେ କ୍ୟାଣ୍ଟିନ୍ ଅଛି। ଅବଶ୍ୟ ଖାଇବା ଲୋଭ କାହାର ଅଛି ତାହା ମିଡିଆରେ ଦେଖାଯାଉଛି। ମୁଁ ବିଜେପି ନେତାଙ୍କୁ ନିମନ୍ତ୍ରଣ କରୁଛି ତାଙ୍କର ଯେତେବେଳେ ଖାଇବାକୁ ଇଛା ହଉଛି ସେତେବେଳେ ସେ ଶଙ୍ଖ ଭବନ କ୍ୟାଣ୍ଟିନ୍ ଆସି ସୁଦ୍ଧ ସାକାହାରୀ ଖାଦ୍ୟ ଖାଇପାରିବେ। ବିଜେପିର ଏହା ଶସ୍ତା ରାଜନୀତି। ବିଜେପିର କିଛି କାମ ନାହିଁ। ଶଙ୍ଖ ଭବନ ଯେଉଁଦିନ ତିଆରି ହୋଇଥିଲା ସେଦିନ କୁହାଯାଇଥିଲା ଏହା ଲୋକଙ୍କ ଅଫିସ। ଏଠାରେ ପ୍ରତିଦିନ ବୈଠକ ବସୁଛି। କର୍ମୀଙ୍କ ସହିତ ନେତା ଓ ସାଧାରଣ ଲୋକ ଆସି ଖାଉଛନ୍ତି। କ୍ୟାଣ୍ଟିନ୍ରେ ଖାଇବା କଣ ଖରାପ। କ୍ୟାଣ୍ଟିନ୍ ଯିଏ ନେଇଛି ସେ ବି ଦୁଇ ପଇସା ପାଇଲେ ଚଳିବେ।