ସଂଚାର ବ୍ୟୁରୋ: ମଠ ମହନ୍ତଙ୍କ ପାଖକୁ ଫେରିବ ମଠ ପରିଚାଳନା କ୍ଷମତା । ଆଇନ ମନ୍ତ୍ରୀଙ୍କ ସହ ବିଭିନ୍ନ ମଠ ମହନ୍ତଙ୍କ ସହ ଆଲୋଚନା ପରେ ସରକାର ନିଷ୍ପତ୍ତି ନେବାକୁ ଯାଉଥିବା କହିଛନ୍ତି ଆଇନ ମନ୍ତ୍ରୀ । ମଠ ସଂସ୍କୃତି ବଞ୍ଚାଇ ରଖିବା ଏବଂ ସମ୍ମାନ ଦେବା ଓଡ଼ିଆ ଜାତିର ପରମ୍ପରା । ମଠର ଅଧିକାର ଏବଂ ନୀତିନିୟମ ଯେମିତି ଥିଲା ସେମିତି ରହିବ । ବୈଠକରେ ଏଣ୍ଡାମେଣ୍ଟ କମିଶନ, ଆଇନ ସଚିବ ଉପସ୍ଥିତ ଥିଲେ । ୩୦ ବର୍ଷ ହେବ ମଠ ବିଜେସ୍ଥଳୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାଁରେ ହୋଇ ଯାଇଛି । କିନ୍ତୁ ମଠ ପାଇଁ ଏଣ୍ଡାମେଣ୍ଟ ଆକ୍ଟ ଏବଂ ମନ୍ଦିର ପାଇଁ ଅଲଗା ଆକ୍ଟ ଅଛି ।
ତେଣୁ ଶୀଘ୍ର ମଠ ପରିଚାଳନା ମଠକୁ ଫେରାଇବାକୁ ମହନ୍ତ ମାନେ ଦାବି କରିଛନ୍ତି । ସେପଟେ ଏହାର କଡ଼ା ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ୭ ମାସ ପରେ ବି ରାଜ୍ଯ ସରକାର ପୁରୁଣା ସରକାରଙ୍କୁ ଦୋଷ ଦେଉଛି । ତେଣୁ ଦୋଷଦର୍ଶୀ ବଦଳରେ ଦୂରଦର୍ଶୀ ହେବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ମଠ ପାଇଁ କଣ ଆଇନ ଆଣୁଛନ୍ତି ଆଗ ଆଣନ୍ତୁ । ମଠ ମନ୍ଦିର ବିକାଶ ସହ ସଂସ୍କୃତି ରକ୍ଷା କରିବାକୁ ବିଜେଡି ସରକାରରେ ବହୁ ପ୍ରୟାସ କରାଯାଇଛି । ୨୪ ବର୍ଷ ଶାସନରେ ସେମାନେ ଆମ ସହ ୯ ବର୍ଷ ଥିଲେ ବୋଲି କଟାକ୍ଷ କରିଛନ୍ତି ଦେବୀ ।