ସଂଚାର ବ୍ୟୁରୋ: ଯାଜପୁର ପାଣିକୋଇଲି ଛକରେ ସୁନା ଦୋକାନରେ ଲୁଟ ଘଟଣା । ଲୁଟେରାରଙ୍କ ଗୁଳିରେ ଦୁଇଜଣଙ୍କ ମୃତ୍ଯୁ ହୋଇଛି । ମୃତକ ହେଲେ ନୀଳମାଧବ ପଣ୍ଡା ଓ ସୁନୀଲ ରାୟ । ସ୍ଥାନୀୟ ପଣ୍ଡା ଅଳଙ୍କାର ଦୋକାନର ୨ କର୍ମଚାରୀ ସୁନିଲ ରାୟ ଓ ଅନ୍ୟ ଜଣେ ସହଯୋଗୀ ଟଙ୍କା ଜମାଲାଗି ଯାଉଥିବା ବେଳେ ହୋଇଥିଲା ଗୁଳିକାଣ୍ଡ । ଲୁଟ ପାଇଁ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ ରେ ଆସିଥିଲେ । ଏକ କାର ସହ ଧକ୍କା ପରେ ଗୁଳିଚାଳନା କରିଥିଲେ ।
ସେପଟେ ଆକ୍ରମଣ କରିଥିବା ଦୁର୍ବୃତ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ କାବୁ କରିଛି ପୋଲିସ । ଜଣକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ସେମାନଙ୍କ ପରିଚୟ ଜଣାପଡି ନାହିଁ । ପାଣିକୋଇଲି ଛକରେ ଗୁଳିମାଡ଼ କରି ଲୁଟେରା ଲୁଟ୍ ଉଦ୍ଯମ କରିଥିଲେ । ସୁନା ଦୋକାନର ୨ କର୍ମଚାରୀଙ୍କ ସହ ଇଲେକ୍ଟ୍ରିକ କର୍ମଚାରୀଙ୍କ ଉପରେ ଗୁଳିମାଡ଼ ହୋଇଥିଲା । ଲୁଟେରାମାନଙ୍କୁ କାବୁ କରିବା ପରେ ପୋଲିସ ସେମାନଙ୍କୁ ହସପିଟାଲ ଚିକିତ୍ସା ପାଇଁ ନେଇଥିଲା ।
ଲୁଟେରାଙ୍କୁ ଆକ୍ରମଣ କରିବାକୁ ହସପିଟାଲ ଘେରାଉ କରିଥିଲେ ଉତ୍ଯକ୍ତ ଲୋକେ । ଫଳରେ ହସପିଟାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚି ଛାନବିନ ଜାରି ରଖିଛି ।