ସଂଚାର ବ୍ୟୁରୋ: ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ। କୋରାପୁଟ ଜିଲ୍ଲା ସେମିଳିଗୁଡା ଥାନା ଅନ୍ତର୍ଗତ ବେହେରାଗୁଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ରଚନା ସାହୁ। ରଚନା ୨ ମାସର ଗର୍ଭବତୀ ଥିବା ସୂଚନା। ବେକରେ ଚିହ୍ନ ଦେଖି ହତ୍ୟା ସନ୍ଦେହ। ଯୈାତୁକ ପାଇଁ ଶ୍ବଶୁର ଘର ଲୋକେ ଝିଅକୁ ହତ୍ୟା କରିଥିବା ସେମିଳିଗୁଡା ଥାନାରେ ଅଭିଯୋଗ କରିଛନ୍ତି ପରିବାର। ଚଳିତ ମାର୍ଚ୍ଚରେ ବିବାହ କରିଥିଲେ ରଚନା। ବିବାହ ସମୟରେ ୧ଲକ୍ଷ ଟଙ୍କା ସହ ସୁନା ରୁପା ଆସବାବପତ୍ର ଯୈାତୁକ ବାବଦରେ ନେଇଥିଲେ। ବିବାହ ତିନିମାସ ପରେ ପୁଣି ତିନି ଲକ୍ଷ ଟଙ୍କା ଆଣିବାକୁ ବାରମ୍ବାର ଚାପ ପକାଉଥିଲେ ଶ୍ବଶୁରଘର ଲୋକେ। ଘଟଣାରେ ସ୍ବାମୀ ଅନିଲ ଚୌଧୁରୀଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ କରୁଛି ପୋଲିସ।