ଭୁବନେଶ୍ବର: ଆଇଏସଏସ୍ ସ୍ତରରେ ଅଦବଦଳ । ସଚିବ ସ୍ତରରେ ୫ ଜଣ ଅଫିସରଙ୍କ ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପଦରୁ ଅରିନ୍ଦମ ଡାକୁଆଙ୍କୁ ବଦଳି କରାଯାଇଛି । ଅରିନ୍ଦମଙ୍କୁ ପୌର ପ୍ରଶାସନରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରେମଚନ୍ଦ୍ର ଚୌଧରୀଙ୍କୁ ବୟନ ଶିଳ୍ପ ଓ ହସ୍ତତନ୍ତ ବିଭାଗ ନିର୍ଦେଶକ ଭାବେ ବଦଳି କରାଯାଇଛି। ଭୂପେନ୍ଦ୍ର ସିଂହ ପୁନିଆଙ୍କୁ ଦକ୍ଷତା ବିକାଶର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ତେମଜେନୱାପାଙ୍ଗଙ୍କୁ ଯୋଜନା ଓ ସମନ୍ବୟ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି। ଏନ୍.ବି.ଏସ୍ ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି ।