ମେଷ : ଆଜି ଆପଣଙ୍କୁ ଧନ ପ୍ରାପ୍ତି ହେବ । ନୂଆ ସାଙ୍ଗ କରିବାର ମଉକା ମିଳିବ । ଆପଣଙ୍କୁ ଅନେକ ସୁଖ, ସୁବିଧାର ଆନନ୍ଦ ମିଳିବ । ଆୟ ବୃଦ୍ଧି ହେତୁ ମନ ଖୁସି ରହିବ ।
ବୃଷ : ଆପଣଙ୍କ ପାଇଁ ଆଜିର ଦିନଟି ଭଲ ରହିବ । ଆଗକୁ ବଢ଼ିବା ପାଇଁ ନୂତନ ସୁଯୋଗ ମିଳିପାରେ । ଆପଣଙ୍କ ଆଶା ଖୁବ୍ ଶୀଘ୍ର ପୂରଣ ହେବ ।
ମିଥୁନ : ଆଜି ଆପଣ ଅନେକ ଯୋଜନା କରିପାରନ୍ତି । ଯଦି ନିଜକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ, ତାହା ସଫଳ ହେବ । ପଇସା କ୍ଷେତ୍ରରେ ନୂତନ ସୁଯୋଗ ମିଳିପାରେ ।
କର୍କଟ : ଆପଣଙ୍କୁ ଆଜି ନୂଆ ଦାୟିତ୍ୱ ମିଳିପାରେ । ବରିଷ୍ଠମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ନିଜର ଶବ୍ଦଗୁଡିକ ଉପରେ ଧ୍ୟାନ ଦିଅନ୍ତୁ । ମିତ୍ରଙ୍କ ସହଯୋଗ ମିଳିବ ।
ସିଂହ : ଆଜି ଆପଣ ନିଜ ପ୍ରେମ ଜୀବନରେ ସୁଧାର ଆଣିବେ । ବିଦ୍ୟାର୍ଥିମାନଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ । ନିଜର କଥା ଉପରେ ଧ୍ୟାନ ରଖିବେ ନଚେତ୍ କ୍ଷତି ହୋଇପାରେ ।
କନ୍ୟା : ଧୈର୍ଯ୍ୟବାନ ହେବେ । ଆଜି ଆୟ ଅପେକ୍ଷା ଅଧିକ ଖର୍ଚ୍ଚ ହୋଇପାରେ । ମଧୁର କଥାରେ ପରକୁ ଆପଣାର କରିପାରନ୍ତି । ସରକାରୀ ସହାୟତା ମିଳିପାରେ ।
ତୁଳା : ଆଜି ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ପ୍ରତିଭା ବଢ଼ିପାରେ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ନକରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ସମସ୍ୟାରେ ସମାଧାନ ଘଟିବ ।
ବିଛା : ଜୀବନସାଥୀଙ୍କ ସହିତ ଘରୋଇ କାର୍ଯ୍ୟ ପୂରା କରିବାରେ ବ୍ୟସ୍ତ ରହିବେ । ବନ୍ଧୁତା ଦୃଢ ହେବ । ଦାମ୍ପତ୍ୟ ଜୀବନରେ ସୁଖ ରହିବ ।
ଧନୁ : ବସ୍ ଆପଣଙ୍କୁ ପ୍ରଶଂସା କରିବେ । ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ । ଧାର୍ମିକ ସ୍ଥାନ ପରିଦର୍ଶନ କରିବେ ।
ମକର : ବିବାଦରୁ ଦୂରେଇ ରୁହନ୍ତୁ । ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ, ନଚେତ୍ କ୍ଷତି ଭୋଗିବେ । ଛାତ୍ରୀମାନେ ଅଧିକ ପରିଶ୍ରମ କରିବେ । ସ୍ୱାସ୍ଥ୍ୟ ଭଲ ରହିବ ।
କୁମ୍ଭ : ଓକିଲମାନଙ୍କ ପାଇଁ ଦିନଟି ଭଲ ରହିବ । ସେମାନଙ୍କୁ କିଛି ନୂଆ କେସ୍ ମିଳିପାରେ । ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ ।
ମୀନ : ଆଜି ଆପଣ ଗୋଟିଏ ପରେ ଗୋଟିଏ ଭଲ ଖବର ପାଇବେ । ଆଜି ପାରିବାରିକ ପରିବେଶ ଭଲ ରହିବ । ଶରୀରରେ ପୁରୁଣା ରୋଗ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।