ଭୁବନେଶ୍ୱର : କ୍ରିକେଟ ଖେଳକୁ ନେଇ ରାସ୍ତାରୋକ। ଭୁବନେଶ୍ବର ଲକ୍ଷ୍ମୀସାଗର ଛକରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ । ଖେଳ ପଡ଼ିଆରେ କ୍ରିକେଟ ମ୍ୟାଚ ବାରଣକୁ ନେଇ ତୁମୁଳକାଣ୍ଡ ହୋଇଛି । ଫଳରେ ରାସ୍ତାରୋକ ପାଇଁ ଛୁଟି ଦିନରେ ଫସିଲେ ଲୋକେ । ଲକ୍ଷ୍ମୀସାଗର-କଟକ ରୋଡ୍ ରାସ୍ତା ଉପରେ ବସି ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ରସୁଲଗଡ଼-କଳ୍ପନା ରାସ୍ତାରେ ଅଟକି ରହିଛି ଶହ ଶହ ଗାଡ଼ିମୋଟର । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସର ଉଦ୍ୟମ ।