Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

କାହିଁକି ଚାପଗ୍ରସ୍ତ ରହିଥାନ୍ତି ଯୁବପିଢ଼ି ? ଜାଣନ୍ତୁ କଣ ରହିଛି ସମାଧାନର ବାଟ

Sanchar Live by Sanchar Live
December 28, 2024
in ଜୀବନ ଶୈଳୀ
0
କାହିଁକି ଚାପଗ୍ରସ୍ତ ରହିଥାନ୍ତି ଯୁବପିଢ଼ି ? ଜାଣନ୍ତୁ କଣ ରହିଛି ସମାଧାନର ବାଟ
0
SHARES
12
VIEWS
FacebookTwitter

ବର୍ତ୍ତମାନ ଆମେ ଏପରି ଏକ ସ୍ଥିତିର ପହଞ୍ଚିଛନ୍ତି, ଯେଉଁ ସମୟରେ ଚାପ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟା। ଚାପ ଏବେ ଅନେକ ରୋଗର ମୁଖ୍ୟ କାରଣ ପାଲଟିଛି। ୧୮ ରୁ ୪୫ ବର୍ଷ ବୟସର ଯୁବପିଢି ଭୋଗୁଥିବା ସ୍ୱାସ୍ଥ୍ୟ ସମସ୍ୟାର ମୁଖ୍ୟ କାରଣ ହେଉଛି ଚାପ। ତେବେ ଆମ ଯୁବପିଢିଙ୍କ ଚାପଗ୍ରସ୍ତର କାରଣ କଣ ହୋଇପାରେ, ପୁରୁଷ ଓ ମହିଳାଙ୍କ ମଧ୍ୟରେ ପ୍ରାର୍ଥକ୍ୟ ଏବଂ କିପରି ଏହାର ସମାଧାନ କରାଯାଇ ପାରିବ, ଜାଣନ୍ତୁ…

ଚାପ କ’ଣ?
ଚାପ ହେଉଛି ଏକ ପ୍ରାକୃତିକ ପ୍ରତିକ୍ରିୟା, ଯାହା ବିଭିନ୍ନ କାରଣରୁ ହୋଇପାରେ, ଯେପରିକି କାର୍ଯ୍ୟ, ସମ୍ପର୍କ, ଆର୍ଥିକ ଅସୁବିଧା କିମ୍ବା ଜୀବନର ପ୍ରମୁଖ ପରିବର୍ତ୍ତନ। ଯେତେବେଳେ ଆମେ ଚାପର ସମ୍ମୁଖୀନ ହୋଇଥାଉ, ଏହା ଶାରୀରିକ ଏବଂ ମାନସିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଏହି ପ୍ରତିକ୍ରିୟାଗୁଡ଼ିକ ଟେନସନ, ଚିନ୍ତା, କିମ୍ବା ଅତ୍ୟଧିକ ଭାବନା ପରି ଦେଖାଯାଏ।

ଚାପଗ୍ରସ୍ତ ହେଲେ ଶରୀର କର୍ଟିସୋଲ ଏବଂ ଆଡ୍ରେନାଲିନ୍ ପରି ହରମୋନ ମୁକ୍ତ କରିଥାଏ। ଏହି ହରମୋନ ହୃଦସ୍ପନ୍ଦନ ଏବଂ ରକ୍ତଚାପ ବୃଦ୍ଧିକରେ, ଫଳରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ।

ଆପୋଲୋ ହସ୍ପିଟାଲ ପ୍ରକାଶ କରିଥିବା ଏକ ରିପୋର୍ଟ ଅନୁସାରେ, ପ୍ରତି ୧୧,୦୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୮୦% ଲୋକ କ୍ରନିକ୍ ଚାପରେ ପୀଡିତ। ଏହି ରିପୋର୍ଟରେ କୁହାଯାଇଛି ଯେ, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ପରି ଅଣସଂକ୍ରାମକ ରୋଗ (NCDs) ସହ ଚାପର ସିଧାସଳଖ ଲିଙ୍କ ରହିପାରେ। ବାସ୍ତବରେ, ଏହା ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗକୁ ୧.୩ରୁ ୨ ଗୁଣ ବଢୀଇଥାଏ।

କେଉଁ କାରଣର ଆମେ ଅଧିକ ଅଧିକ ଚାପଗ୍ରସ୍ତ?
ବିଶେଷଜ୍ଞଙ୍କ କହିବା ଅନୁସାରେ, ଚାପର ବିଭିନ୍ନ କାରଣ ମଧ୍ୟରୁ ମୁଖ୍ୟ କାରଣ ହେଉଛି ଏକାଡେମିକ୍ ଚାପ, ଆର୍ଥିକ ଚିନ୍ତା ଏବଂ କ୍ୟାରିୟର ଅନିଶ୍ଚିତତା। ଅନ୍ୟାନ୍ୟ ଚିନ୍ତା, ଯାହା ଯୁବପିଢିଙ୍କୁ ରୋଗ ବିପଦରେ ପକାଇଥାଏ ତାହା ହେଉଛି ସୋଶାଲ ମିଡିଆରେ ନିଜକୁ ଅନ୍ୟମାନଙ୍କ ସହ ତୁଳନା କରିବା ଏବଂ ଜୀବନ ସାଥୀ ଓ ପରିବାର ସମସ୍ୟା।

ଚାପ ଓ ଶରୀର
ଅଧିକାଂଶ ଲୋକ ଭାବନ୍ତି ଯେ, ଚାପଗ୍ରସ୍ତର ଅର୍ଥ ମସ୍ତିଷ୍କ ଉପରେ ପ୍ରଭାବ ପଡିବା। ବାସ୍ତବରେ ଏହା ନୁହେଁ, ଚାପ ସମଗ୍ର ଶରୀରକୁ ପ୍ରଭାବିତ କରିପାରେ। ନିୟମିତ ଭାବେ କର୍ଟିସୋଲ ହରମୋନ ରିଲିଜ୍ ହେଲେ ସ୍ୱାସ୍ଥ୍ୟ ଉପରେ ଏହାର ଗମ୍ଭୀର ପ୍ରଭାବ ପଡେ। କର୍ଟିସୋଲ କାରରୁ ଶରୀରରେ ଚର୍ବି ଜମାଟ(ବିଶେଷ କରି ପେଟ), ଓଜନ ବୃଦ୍ଧି, ଇନସୁଲିନ୍ ପ୍ରତିରୋଧ, ମେଟାବୋଲିକ୍ ଡିସଫଙ୍କସନ, ମଧୁମେହ ଏବଂ ଉଚ୍ଚ ରକ୍ତଚାପର ଆଶଙ୍କା ବଢିଥାଏ। ଏହି ହରମୋନ କାରଣରୁ ମଧ୍ୟ ଠିକ୍ ନିଦ ହୋଇନଥାଏ।

ମହିଳା ଓ ଚାପ
2024 ଆପୋଲୋ ହସ୍ପିଟାଲ୍ ରିପୋର୍ଟ ଅନୁଯାୟୀ, ମହିଳାମାନେ ହିଁ ଅଧିକ ଚାପଗ୍ରସ୍ତ ହୁଅନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞ ଦର୍ଶାଇଛନ୍ତି ଯେ, ଜୈବିକ, ମାନସିକ ଏବଂ ସାମାଜିକ କାରଣଗୁଡ଼ିକ ଏଥିପାଇଁ ମୁଖ୍ୟତଃ ଭାବେ ଦାୟୀ।

ମହିଳାଙ୍କ ଶରୀରରୁ ରିଲିଜ୍ ହେଉଥିବା ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ୍ ହରମୋନ ଚାପର ପ୍ରତିକ୍ରିୟାକୁ ପ୍ରଭାବିତ କରିପାରେ। ଅଧ୍ୟୟନରୁ ଜଣାପଡିଛି ଯେ, ମାସିକ ଋତୁଚକ୍ର, ଗର୍ଭାବସ୍ଥା ଏବଂ ମେନୋପଜ୍ ସମୟରେ ଏହି ହରମୋନଗୁଡ଼ିକର ପରିବର୍ତ୍ତନ କାରଣରୁ ମହିଳାମାନେ ଅଧିକ ଚାପଗ୍ରସ୍ତ ହୋଇପାରନ୍ତି। ଅନୁସନ୍ଧାନରୁ ଆହୁରି ଜଣାଯାଇଛି ଯେ, ଚାପ ସମୟରେ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖାଯାଏ।

ସମାଧାନ କ’ଣ?
ବିଶେଷଜ୍ଞଙ୍କ କହିବା ଅନୁସାରେ, ନିୟମିତ ଶାରୀରିକ କାର୍ଯ୍ୟକଳାପରେ ନିୟୋଜିତ ହେବା ଏବଂ ପୋଷକତତ୍ତ୍ୱରେ ଭରପୂର ସନ୍ତୁଳିତ ଖାଦ୍ୟ ବଜାୟ ରଖିବା ଦ୍ୱାରା ଚାପରୁ ମୁକ୍ତି ମିଳିପାରିବ। ଶାରୀରିକ ବ୍ୟାୟାମ ଫଳରେ ଏଣ୍ଡୋରଫିନ ରିଲିଜ୍ ହୋଇଥାଏ। ଏହି ହରମୋନ ମନୋବଳକୁ ଦୃଢ କରିବା ସହ ସୁସ୍ଥତା ବଜାୟ ରଖିଥାଏ।

କେତେକ ଖାଦ୍ୟ ଅଛି, ଯେପରିକି ଓମେଗା-୩ ଫ୍ୟାଟି ଏସିଡ୍ ଚାପ ହରମୋନ ଉତ୍ପାଦନକୁ ହ୍ରାସ କରିପାରେ। ଏହା ବ୍ୟତୀତ, ପ୍ରିୟଜନଙ୍କ ସହ ବାର୍ତ୍ତାଳପ, ବନ୍ଧୁମାନଙ୍କ ସହ ସମୟ ବିତାଇବା ଏବଂ  ସଙ୍ଗୀତ ସାହାଯ୍ୟରେ ମଧ୍ୟ ଚାପକୁ ଦୂର କରାଯାଇ ପାରିବ।

Tags: lifestyle of young people
ShareTweetShareSend
Sanchar Live

Sanchar Live

Next Post
ଆଜିର ରାଶିଫଳ : ଆଜି କାର୍ଯ୍ୟର ସଫଳତା ହାସଲ କରି ପ୍ରଶଂସାର ପାତ୍ର ହେବେ ଏହି ରାଶିର ବ୍ୟକ୍ତି

ଆଜିର ରାଶିଫଳ : ଆଜି କାର୍ଯ୍ୟର ସଫଳତା ହାସଲ କରି ପ୍ରଶଂସାର ପାତ୍ର ହେବେ ଏହି ରାଶିର ବ୍ୟକ୍ତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ
  • ବିହାର ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ଼ ଘୋଷଣା, ବଢ଼ିଲା ଏମାନଙ୍କ ଭତ୍ତା

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.