ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀ ମନ୍ଦିରରେ ଅଘଟଣ । ନିଆଁ ଲାଗି ମହିଳା ଗୁରୁତର ହୋଇଛନ୍ତି । ମନ୍ଦିର ବେଢାରେ ଦୀପ ଷ୍ଟାଣ୍ଡରେ ଦୀପ ଲଗାଇଲା ବେଳେ ମହିଳା ଭକ୍ତଙ୍କ ଶାଢ଼ୀରେ ନିଆଁ ଲାଗି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ମହିଳା ହେଲେ ଢେଙ୍କାନାଳ ଜିଲ୍ଲା କୁରୁଣ୍ଟୀ ଗ୍ରାମର ମିନାକ୍ଷୀ ବରାଳ ।