ଭାରତରେ ଜ୍ଞାନର ବ୍ୟବସାୟ ନୁହେଁ ବରଂ ଜ୍ଞାନଦାନର ସମୃଦ୍ଧ ପରମ୍ପରା ରହିଛି। ବିଦ୍ୟାଳୟ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଦିଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସର୍ବଶିକ୍ଷା ଅଭିଯାନ ଦ୍ୱାରା ସ୍ଥାପିତ ସାମାଜିକ ପରିବର୍ତ୍ତନର ପରମ୍ପରାକୁ ଆଗକୁ ବଢ଼ାଇବା ଆମର ଦାୟିତ୍ୱ ବୋଲି ଶନିବାର “ଆରାଇଜ୍ ସ୍କୁଲ ଶିକ୍ଷା ସମ୍ମିଳନୀ–୨୦୨୪”ର ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟର ଶିକ୍ଷାବିତ୍ ସମୂହ ଓ ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।