ଭୁବନେଶ୍ୱର : ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ ହଜାର ପଦବୀ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । କମିଶନରେଟ ପୋଲିସ ପକ୍ଷରୁ ଲୋକାର୍ପିତ ହେଲା ନୂତନ ସେବା । ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇ ଉଦ୍ଘାଟନ ବେଳେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ସେହିପରି ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବ । ଏହି ପଦବୀ ଆଗରୁ ୨,୪୧୬ ରହିଥିଲା । ଏହାକୁ ମାଝୀ ସରକାର ୫ ହଜାରକୁ ବୃଦ୍ଧି କରିବାକୁ ଯାଉଛନ୍ତି । ଏଥିସହ ଗୃହରକ୍ଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଲକ୍ଷ୍ୟରେ ସେମାନଙ୍କ ସହାୟତା ରାଶିକୁ ସରକାର ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପଦବୀ ଗୁଡିକୁ ତୁରନ୍ତ ହିଁ ପୂରଣ କରିବାକୁ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।