ନାଏବ ସରପଞ୍ଚଙ୍କ ଦବଙ୍ଗଗିରି । ହିତାଧିକାରୀଙ୍କୁ ବିଚ ରାସ୍ତା ଉପରେ ଠେଙ୍ଗା, ଝାଡୁ, ଜୋତାରେ ବାଡ଼େଇଲେ ନାଏବ ସରପଞ୍ଚ ଏବଂ ସମର୍ଥକ। ଏଭଳି ଏକ ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଅଞ୍ଚଳରେ। ଆବାସ ଯୋଜନାକୁ ନେଇ ଗତକାଲି ବୈଠକରେ କଥା କଟାକଟି ହୋଇଥିଲା। ହିତାଧିକାରୀ ଏବଂ ଜନପ୍ରତିନିଧିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ନାଏବ ସରପଞ୍ଚ କବିତା ମହାନ୍ତିଙ୍କ ସହିତ ତାଙ୍କ ସ୍ୱାମୀ, ପୁଅ ଏବଂ ଅନ୍ୟ କିଛି ମହିଳା ଆସି ରାସ୍ତାମଝିରେ ଚନ୍ଦନଙ୍କୁ ପହଁରା, ବାଉଁଶ, ଠେଙ୍ଗାରେ ନିର୍ଘାତ ମାଡ଼ ମାରିଥିଲେ । ନିଜେ ନାଏବ ସରପଞ୍ଚ ହିତାଧିକାରୀ ଚନ୍ଦନ ସାହୁ ଓ ତାଙ୍କ ସ୍ତ୍ରୀକୁ ମଧ୍ୟ ମାଡ଼ ମାରିଥିଲେ । ଆକ୍ରମଣରେ ଚନ୍ଦନଙ୍କ ମୁଣ୍ଡ ଫାଟିଛି । ଯାହାକୁ ନେଇ ଚନ୍ଦନ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଚନ୍ଦନ ମଧ୍ୟ ନାଏବ ସରପଞ୍ଚ ଏବଂ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ସେପଟେ ଚନ୍ଦନଙ୍କ ପରିବାର ଲୋକଙ୍କୁ ମାଡ଼ ମାରିଥିବା କହିଛନ୍ତି ନାଏବ ସରପଞ୍ଚ ।