ସଂଚାର ବ୍ୟୁରୋ: ପୁଣି ଲୋକଙ୍କ ଅଭିଯୋଗ ଶୁଣିବେ ଲୋକଙ୍କ ମୁଖ୍ୟମନ୍ତ୍ରୀ। ଅଭିଯୋଗ ଶୁଣିବେ ଆଉ ସମାଧାନ କରିବେ । ସୋମବାର ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ୟୁନିଟ- ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଜନ ଶୁଣାଣି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ପୂର୍ବାହ୍ନ ୧୧ରୁ ଆରମ୍ଭ ହେବ ଜନ ଶୁଣାଣି । ଏଥିପାଇଁ ଆଜି ସକାଳ ୮ଟାରୁ ଦିନ ୧୨ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ୟ୍ୟାଳୟରେ ପଞ୍ଜୀକରଣ ହେବ। ଏଥି ପାଇଁ ଆଗ୍ରହୀ ବ୍ୟକ୍ତି ଅଭିଯୋଗ ଶୁଣାଣି ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ପଞ୍ଜୀକରଣ କରାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇ ପାରିବେ ।