ସଂଚାର ବ୍ୟୁରୋ: ଆଜିଠୁ ଖସିବ ତାପମାତ୍ରା, କମିବ ଗୁଳୁଗୁଳି I ଆଗାମୀ ୭ ଦିନ ପାଇଁ ରାଜ୍ୟରେ ରହିବ ବର୍ଷାର ପ୍ରଭାବ I ରାଜ୍ୟରେ କିଛିଦିନ ଧରି ଦିନରେ ଖରା ଗରମ ଓ ମଧ୍ୟାହ୍ନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଥିବା ବେଳେ ଗରମ ଗୁଳୁଗୁଳି ବଢି ଚାଲିଥିଲା I ହେଲେ ଆସନ୍ତାକାଲି ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ଖସିବ I ରାଜ୍ୟକୁ ପୁଣି ମୌସୁମୀ ଫେରୁଛି ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର I ମୌସୁମୀ ପ୍ରବହ ନେଇ ଅନୁକୂଳ ରହିଛି ପାଗ । ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ହେବ । ୪ ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ବଜ୍ରପାତ ସତର୍କତା ଜାରି କରାଯାଇଛି I