Sunday, April 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଏଥର ମିଳିବ ମୁଣ୍ଡ ପିଛା ଅଧିକ ୧୦ କେଜି ଚାଉଳ

Sanchar Live by Sanchar Live
April 5, 2026
in ଓଡିଶା
0
ଏଥର ମିଳିବ ମୁଣ୍ଡ ପିଛା ଅଧିକ ୧୦ କେଜି ଚାଉଳ

Oplus_131072

0
SHARES
44
VIEWS
FacebookTwitter

ରାଜ୍ୟ କ୍ୟାବିନେଟର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାକୁ ମୋହର । ରାଜ୍ୟରେ ଖାଉଟୀଙ୍କୁ ଆବଶ୍ୟକତା ଅନୁଯାୟୀ ଚାଉଳ ଉପଲବ୍ଧ କରାଇ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଏହି ଯୋଜନା । ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ମାଧ୍ୟମରେ ‘ଜାତୀୟ ଖାଦ୍ୟ ସୁରକ୍ଷା ଆଇନ’ (NFSA) ତଥା ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ (SFSS) ଅଧୀନସ୍ଥ ହିତାଧିକାରୀଙ୍କୁ ଅତିରିକ୍ତ ଚାଉଳ କୋଟା ବଣ୍ଟନ କରିବା ପାଇଁ ସ୍ଥିର କରିଛନ୍ତି । ଏହି ଯୋଜନା ମାଧ୍ୟମରେ, ରାଜ୍ୟର ଟାରଗେଟେଡ୍ ପବ୍ଲିକ୍ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ ଅଧୀନସ୍ଥ ସମସ୍ତ ହିତାଧିକାରୀ ପରିବାର ପାଇଁ, ସେମାନଙ୍କ ମାସିକ ନିୟମିତ ଧାର୍ଯ୍ୟ ଚାଉଳ କୋଟା ବ୍ୟତୀତ, ମୁଣ୍ଡପିଛା ମାସିକ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ମାଗଣାରେ ବଣ୍ଟନ କରାଯିବ ।

ଆଜି ରାଜ୍ୟ କ୍ୟାବିନେଟ ଏହାକୁ ମଞ୍ଜୁରୀ ଦେଇଛି । ରାଜ୍ୟରେ ବର୍ତ୍ତମାନ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଥିବା ୯୭ ଲକ୍ଷ ୯୭ ହଜାର ୫୭୨ ପରିବାର ଉପକୃତ ହେଉଛନ୍ତି । ସେହିଭଳି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୨ ଲକ୍ଷ ୯୮ ହଜାର ୭୨୫ ପରିବାର ଉପକୃତ ହେଉଛନ୍ତି । ଉଭୟ ଯୋଜନାରେ ସମୁଦାୟ ୧ କୋଟି ୯୬ ହଜାର ୨୯୭ ପରିବାରର ୩ କୋଟି ୨୮ ଲକ୍ଷ ୫୨ ହଜାର ୪୨୯ ସଦସ୍ୟ ଉପକୃତ ହେଉଛନ୍ତି । ଏହି ସମସ୍ତ ହିତାଧିକାରୀ ବର୍ତ୍ତମାନ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ସୁବିଧା ପାଇବେ ।

ଓଡ଼ିଶାରେ ମେଡ଼ିକାଲ ଓ ଇଞ୍ଜିନିଅରିଂ ନାମଲେଖା ପାଇଁ ବଢ଼ିଲା ସଂରକ୍ଷଣ । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ନୀତିରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି । ମେଡ଼ିକାଲ, ଇଞ୍ଜିନିଅରିଂ, କୃଷି ଓ ପ୍ରଯୁକ୍ତିବିଦ୍ୟା ଭଳି ବୃତ୍ତିଗତ ପାଠ୍ୟକ୍ରମରେ ନାମଲେଖା ପାଇଁ ଏଣିକି ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ଅଧିକ ସୁବିଧା ପାଇବେ । ସରକାରଙ୍କ ନୂତନ ନିୟମ ଅନୁଯାୟୀ ଅନୁସୂଚିତ ଜନଜାତି ପାଇଁ ୨୨ ଦଶମିକ ୫୦ ପ୍ରତିଶତ, ଅନୁସୂଚିତ ଜାତି ପାଇଁ ୧୬ ଦଶମିକ୨୫ ପ୍ରତିଶତ ଓ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (SEBC) ପାଇଁ ୧୧ ଦଶମିକ୨୫ ପ୍ରତିଶତ ସଂରକ୍ଷଣ ରହିବ । ରାଜ୍ୟର ଜନସଂଖ୍ୟା ଅନୁପାତକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି।

ଯାହାଦ୍ୱାରା ପଛୁଆ ବର୍ଗର ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ନାହିଁ ।  ଏହି ନିଷ୍ପତ୍ତି ଫଳରେ ମେଡ଼ିକାଲ ଓ ଇଞ୍ଜିନିଅରିଂ ସିଟ୍ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିବ । ବିଶେଷ କରି ପୂର୍ବରୁ SEBC ବର୍ଗ ପାଇଁ ବୈଷୟିକ ଶିକ୍ଷାରେ କୌଣସି ସଂରକ୍ଷଣ ନଥିବା ବେଳେ ଏବେ ସେମାନେ ଏହାର ଲାଭ ପାଇବେ । ଏହି ସଂରକ୍ଷଣ ନୀତି ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ଇଞ୍ଜିନିଅରିଂ କଲେଜ, ମେଡ଼ିକାଲ କଲେଜ ଏବଂ ପଲିଟେକନିକ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ ହେବ । ଏହି ପଦକ୍ଷେପ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ସମାନତା ଆଣିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି ।

Tags: arnpurna yojanaodisha
ShareTweetShareSend
Sanchar Live

Sanchar Live

Next Post
ଲକ୍ଷ୍ନୌ ଓ ହାଇଦ୍ରାବାଦ ମୁକାବିଲା, କିଏ ଜିତିବ?

ଲକ୍ଷ୍ନୌ ଓ ହାଇଦ୍ରାବାଦ ମୁକାବିଲା, କିଏ ଜିତିବ?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଉ ଖୋଲାରେ ମିଳିବନି ଗ୍ୟାସ
  • ବାସି ଦହି ପଖାଳ ଖାଇଲେ କଣ ମିଳେ ଫାଇଦା?
  • ପ୍ରଥମ ବିଜୟ ଲକ୍ଷ୍ୟରେ CSK, ଆଗରେ RCB
  • ଜାଣନ୍ତୁ ଆଜି କଣ ରହିଛି ସୁନା ଦର
  • ଲକ୍ଷ୍ନୌ ଓ ହାଇଦ୍ରାବାଦ ମୁକାବିଲା, କିଏ ଜିତିବ?

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.