ପୁଣି ମହାନଦୀରେ ଆସୁଛି ଛୋଟ ବନ୍ୟା । ଚଳିତ ବର୍ଷର ଚତୁର୍ଥ ବନ୍ୟା ମହାନଦୀରେ ଆସୁଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି । ଲଘୁଚାପ ପ୍ରଭାବରେ ଜଳସ୍ତର ବଢିଛି । ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ଯୋଗୁଁ ଜଳସ୍ତର ବଢିଛି । ହୀରାକୁଦରେ ବର୍ତ୍ତମାନ ୬୨୮.୧୯ ଫୁଟ ଜଳସ୍ତର ଅଛି । ବର୍ତ୍ତମାନ ୨୪ଟି ଗେଟ୍ ଖୋଲାଅଛି । ଆବଶ୍ୟକ ପଡିଲେ ସୋମବାର ଆଉ କିଛି ଗେଟ୍ ଖୋଲା ଯାଇପାରେ ।
ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ୍ ଆଜି ମଧ୍ୟରାତ୍ରି ଓ ସୋମବାର ସକାଳ ୯ଟା ଭିତରେ ପ୍ରାୟ ୮ ଲକ୍ଷ ଜଳ ପ୍ରବାହିତ ହେବାର ଆକଳନ କରାଯାଉଛି । ମହାନଦୀରେ ଛୋଟ ବନ୍ୟା ଆସୁଛି । ବଡ଼ ବନ୍ୟା ନାହିଁ । ଏହାକୁ ମିଶାଇ ମହାନଦୀରେ ଚଳିତ ବର୍ଷ ୪ର୍ଥ ଛୋଟ ଧରଣର ବନ୍ୟା ଆସୁଛି । ବାଙ୍କୀ, ବଡ଼ମ୍ବା, ଆଠଗଡ଼, କଣାସ, ନିମାପଡ଼ା ଗୋପ, ଏରସମା ବାଲିକୁଦା, ପାଟକୁରା ଭଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଯିବ । ୨୪ରୁ ୪୮ ଘଣ୍ଟା ଏଭଳି ସ୍ଥିତି ଲାଗି ରହିବ । କଟକ, ଖୋର୍ଦ୍ଧ, ପୁରୀ ଓ କେନ୍ଦ୍ରାପଡ଼ା ବିଶେଷ କରି ପ୍ରଭାବିତ ହୁଏ । ଆମ ଇଞ୍ଜିନିୟର ମାନେ ସଜାଗ ଅଛନ୍ତି । ନାଇଟ୍ ପାଟ୍ରୋଲିଂ କରାଯିବ ।
