Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

କେରଳ ନର୍ସ ନିମିଷାଙ୍କ ମୃତ୍ୟଦଣ୍ଡଙ୍କୁ ୟମନ ରାଷ୍ଟ୍ରପତିଙ୍କ ଅନୁମତି

Sanchar Live by Sanchar Live
December 31, 2024
in ଭାରତ
0
କେରଳ ନର୍ସ ନିମିଷାଙ୍କ ମୃତ୍ୟଦଣ୍ଡଙ୍କୁ ୟମନ ରାଷ୍ଟ୍ରପତିଙ୍କ ଅନୁମତି
0
SHARES
9
VIEWS
FacebookTwitter

ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ କେରଳର ନର୍ସ ନିମିଷା ପ୍ରିୟାଙ୍କୁ ସେଠାରେ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ନିମିଷାଙ୍କ ପରିବାର ନିଜ ଝିଅକୁ ବଞ୍ଚାଇବାକୁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି। ହେଲେ ସୋମବାର ୟେମେନ ରାଷ୍ଟ୍ରପତି ଅଲ-ଅଲିମି ନିମିଷାଙ୍କ ମୃତ୍ୟୁ ଦଣ୍ଡକୁ ଅନୁମୋଦନ କରିବା ପରେ ପରିବାରର ସବୁ ଆଶା ମଉଳି ଯାଇଛି। ଏପଟେ ଆଜି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିମିଷାଙ୍କୁ ବଞ୍ଚାଇବାକୁ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଥିବା କୁହାଯାଇଛି।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲଙ୍କ ଦ୍ୱାରା ଜାରି କରାଯାଇଥିବା ବିବୃତିରେ କୁହାଯାଇଛି ଯେ, ୟେମେନରେ ନିମିଷା ପ୍ରିୟାଙ୍କ ମୃତ୍ୟୁ ଦଣ୍ଡାଦେଶ ବିଷୟରେ ଆମେ ଅବଗତ ଅଛୁ। ଆମେ ଜାଣିଛୁ ଯେ ନିମିଷାଙ୍କ ପରିବାର ଝିଅକୁ ବଞ୍ଚାଇବା ପାଇଁ ବିକଳ୍ପ ଖୋଜୁଛନ୍ତି। ସରକାର ଏହି ପ୍ରସଙ୍ଗରେ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି।

ତେବେ ୟେମେନ ରାଷ୍ଟ୍ରପତି ଅଲ-ଅଲିମି ନିମିଷାଙ୍କ ଦଣ୍ଡକୁ ଅନୁମୋଦନ କରିସାରିଥିବାରୁ ମାସକ ଭିତରେ ତାଙ୍କୁ ମୃତ୍ୟୁ ଦଣ୍ଡ ମିଳିପାରେ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ କେବଳ ମୃତକଙ୍କ ପରିବାର ଲୋକ କ୍ଷମା ଦେଲେ ହିଁ ନିମିଷାଙ୍କ ଜୀବନ ବଞ୍ଚିପାରିବ। ଏଥିପାଇଁ ତାଙ୍କ ମାଆ ଗତ କିଛି ବର୍ଷ ହେଲା ସେଠାରେ ରହି ମୃତକଙ୍କ ପରିବାର ଲୋକଙ୍କୁ ବୁଝାଇ ମାମଲା ରଫାଦଫା କରିବାକୁ ଚେଷ୍ଟା କରୁଛନ୍ତି।

କ’ଣ ଥିଲା ପୂରା ଘଟଣା?
୨୦୧୦-୧୧ ମସିହାରେ ନିମିଷା ଚାକିରି ଉଦ୍ଦେଶ୍ୟରେ ୟେମେନ ଯାଇଥିଲେ। ସେଠାରେ ସେ ନର୍ସ ଚାକିରି କରି ରହିଥିବା ବେଳେ ତାଙ୍କ ସ୍ୱାମୀ ଓ ଝିଅ ବି ରହୁଥିଲେ। ମାତ୍ର ୨୦୧୪ ସେମାନେ ଭାରତ ଫେରି ଆସିଥିବା ବେଳେ ନିମିଷା ସେଠାରେ ରହି ଯାଇଥିଲେ। ଏହାପରେ ତଲାଲ ଓବଦା ମେହେଦି ନାମକ ୟେମେନ ନାଗରିକଙ୍କ ସହ ମିଶି ନିମିଷା ସେଠାରେ ଏକ ହସ୍ପିଟାଲ ଖୋଲିଥିଲେ। କିଛିଦିନ ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲେ ହେଁ ପରେ ସେଥିରେ ଫାଟ ଦେଖାଦେଲା। ତଲାଲ ଓବଦା ନିମିଷାଙ୍କ ପାସପୋର୍ଟ ରଖିଦେଇଥିବା ବେଳେ ନିମିଷା ଏନେଇ ସେଠାକାର ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଉଭୟ ପତିପତ୍ନୀଙ୍କ ଭିତରେ ଏହା ବ୍ୟକ୍ତିଗତ ମାମଲା ବୋଲି ତଲାଲ କହିବାରୁ ସେଠାକାର ପୁଲିସ୍‌ ଉକ୍ତ ମାମଲାରେ ହସ୍ତକ୍ଷେପ କରିନଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନିମିଷା ନିଶା ଇଞ୍ଜେସନ ଦେଇ ତଲାଲଙ୍କୁ ହତ୍ୟା କରିଥିଲେ।

ଏହାପରେ ସେ ପାସପୋର୍ଟ ହାସଲ କରି ଭାରତ ଫେରିବାକୁ ଚାହୁଁଥିଲେ। ମାତ୍ର ଏହା ସମ୍ଭବ ହୋଇ ପାରିନଥିଲା। ୟେମେନ ପୁଲିସ୍‌ ମାତ୍ର ୪ ଦିନରେ ଏହି ଘଟଣାର ପର୍ଦ୍ଦାଫାସ କରି ନିମିଷାଙ୍କୁ ବାନ୍ଧିଥିଲା। ପରେ ଏହି ମାମଲାର ବିଚାର କରି ନିମିଷାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ ବିଚାରପତି। ଏହାକୁ ବିରୋଧ କରି ନିମିଷା ସେଠାକାର ସୁପ୍ରିମକୋର୍ଟରେ ଆବେଦନ ମଧ୍ୟ କରିଥିଲେ। ହେଲେ ତାହା ଖାରଜ ହୋଇଯାଇଥିଲା। ସୋମବାର ଏହି ମୃତ୍ୟୁଦଣ୍ଡକୁ ସେଠାକାର ରାଷ୍ଟ୍ରପତି ଅନୁମୋଦନ କରିବା ପରେ ଆସନ୍ତା ମାସେ ଭିତରେ ଏହାକୁ କାର୍ଯ୍ୟକାରୀ କରାଯାଇପାରେ ବୋଲି କୁହାଯାଉଛି।

Tags: keralnourseYemen
ShareTweetShareSend
Sanchar Live

Sanchar Live

Next Post
ମୃତ ଯୁବ ଚାଷୀଙ୍କ ଘରେ ପହଁଚିଲେ ନବୀନ

ମୃତ ଯୁବ ଚାଷୀଙ୍କ ଘରେ ପହଁଚିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.