ସଂଚାର ବ୍ୟୁରୋ: ଆସନ୍ତାକାଲି ବାରବାଟୀ ଟକ୍କର । ଏକଦିବସୀୟ ସିରିଜର ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଏହି ଅବସରରେ ପୁରୀ ନିଳାଦ୍ରୀ ବିଚ୍ ଠାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକାକଳା ନିର୍ମାଣ କରିଛନ୍ତି । ବାଲୁକାକଳାରେ ଏକ ମିନି ଷ୍ଟାଡିୟମକୁ ସ୍ଥାନ ଦେଵା ସହ ଅନେକ କ୍ରିକେଟ ବଲକୁ ମଧ୍ୟ ସଜାଇଛନ୍ତି । ଦୁଇ ଦେଶର ଜାତୀୟ ପତାକା ସହ ଗୁଡ୍ ଲକ୍ ଟିମ୍ ଇଣ୍ଡିଆର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ । ଏହି ସୁନ୍ଦର ବାଲୁକା କଳା ଦେଖିବା ପାଇଁ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି l