ସଂଚାର ବ୍ୟୁରୋ: ପରକୀୟା ପ୍ରୀତିର କରୁଣ ପରିଣତି! ବିଳମ୍ବିତ ରାତିରେ ସ୍ୱାମୀକୁ ମାରି ରଶିରେ ଟାଙ୍ଗିଦେଲେ ସ୍ତ୍ରୀ ଓ ପ୍ରେମି। ଗ୍ରାମବାସୀଙ୍କ ଦ୍ୱାରା ସ୍ତ୍ରୀ ଓ ପ୍ରେମିକ ଅଟକ ରହିଥିଲେ। ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ। ସେଠାରୁ ପ୍ରେମିକକୁ ଉଦ୍ଧାର କରି ଥାନାକୁ ନେଇଥିବା ବେଳେ ଶବ ଜବତ କରି ତଦନ୍ତ ଜାରି ରଖିଛି। ମୃତ ସ୍ୱାମୀଙ୍କ ନାଁ ରମାକାନ୍ତ ଘୋଷ ଓ ଅଟକ ଯୁବକ ଜଣକ ହେଲେ ମାନସ ଘୋଷ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗୋବରଘଟା ଗ୍ରାମପଂଚାୟତ ଅଗ୍ରୱାଲା ଛକ ନିକଟରେ। ରମାକାନ୍ତ ଘୋଷ ଏକ ଚା-ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ। ଆଜି ସକାଳେ ରମାକାନ୍ତ ଏକ ରଶିରେ ଝୁଲୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ସ୍ତ୍ରୀ, ପ୍ରେମିକ ମାନସ ଘୋଷ ସହିତ ମିଶି ସ୍ୱାମୀକୁ ମାରି ରଶିରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେଉଥିବା କଥା ଭାବି ଗ୍ରାମବାସୀ ସ୍ତ୍ରୀ ଜାହ୍ନବି ଓ ପ୍ରେମିକ ମାନସକୁ ଅଟକ ରଖି ଜଳେଶ୍ୱର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ପ୍ରେମିକ ମାନସ ଘୋଷକୁ ଅଟକ ରଖି ତଦନ୍ତ ଜାରି ରଖିଛି। ତଦନ୍ତ ପରେ ହତ୍ୟାର କାରଣ ଓ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।