ସଂଚାର ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ପାଇଁ ସରଗରମ ହେବାରେ ଲାଗିଛି ରାଜନୀତି । ତିନି ରାଜନୈତିକ ଦଳ ବିଜୟ ପାଇଁ ଜି-ଜାନ ଲଗାଇ ଦେଇଛନ୍ତି । ପିସିସି ସଭାପତିଙ୍କ ଲାଗି ସମ୍ମାନର ପ୍ରଶ୍ନ ରହିଛି । କାରଣ ରାଜ୍ୟରେ ଏବେ କଂଗ୍ରେସର ଲୋକପ୍ରିୟତା ଧିରେ ଧିରେ ବଢ଼ିବାରେ ଲାଗିଛି ବୋଲି କୁହାଯାଉଛି । ଯେଉଁ କାରଣରୁ କଂଗ୍ରେସ ପ୍ରଥମେ ପ୍ରାର୍ଥୀ ଘୋଷଣା କରିସାରିଛି । ଘାଷିରାମ ମାଝୀଙ୍କୁ ଦଳ ପ୍ରାର୍ଥୀ କରିସାରିଛି । ସେପଟେ ବିଜେଡିର ଏହି ଆସନ ରହିଥିବାବେଳେ ଦଳ ଜିତିବା ଲାଗି ପ୍ରୟାସ କରିବ । ସେପଟେ ରାଜ୍ୟରେ ବିଜେପି ସରକାର ରହିଥିବାବେଳେ ଦଳ ବିଜୟ ନିଶ୍ଚିତ ଆଶା କରିବ । କାରଣ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ । ଏଣୁ ଦଳ କାହାକୁ ପ୍ରାର୍ଥୀ କରିବ ଏହା ଉପରେ ନଜର ରହିଥିବାବେଳେ ମାଳ ମାଳ ଆଶାୟୀ ରହିଛନ୍ତି ।
କିଏ ହେବେ ବିଜେପିର ନୂଆପଡ଼ା ପ୍ରାର୍ଥୀ ? ଆଜି ବସିବ ବିଜେପି କୋର କମିଟି ବୈଠକ। ପ୍ରାର୍ଥୀ ଉପରେ ହୋଇପାରେ ନିଷ୍ପତ୍ତି । ନୂଆପଡ଼ା ଉପନିର୍ବାଚନରେ ମନମୋହନ ସାମଲ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି ଚର୍ଚ୍ଚାକୁ ନେଇ ତୋମାର କହିଛନ୍ତି, ତାଙ୍କ ସାମ୍ନାକୁ ଏହା ଆସି ନାହିଁ । ଅନେକ ଆଶାୟୀଙ୍କ ନାଁ ବିଚାର କରାଯାଉଛି । ବିଜେପିରୁ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା । କିନ୍ତୁ ସେ ତୃତୀୟ ସ୍ଥାନରେ ରହିଥିଲେ ।
ଏଥର ବିଜେପି ତାଙ୍କୁ ପୁଣି ପ୍ରାର୍ଥୀ କରିବ ନା ପରିବର୍ତ୍ତନ କରିବ । ନା ଅଭିନନ୍ଦନଙ୍କ ସ୍ଥାନରେ ବାପା ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିବ । ସେପଟେ ଆଶାୟୀ ତାଲିକାରେ ଅଛନ୍ତି ଯଦୁମଣୀ ପାଣିଗ୍ରାହୀ । ନଭେମ୍ବର ୧୧ରେ ନୂଆପଡ଼ା ପାଇଁ ଭୋଟ ଓ ୧୪ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଆସନ୍ତା ୧୩ରେ ନୂଆପଡା ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ।

