ସଂଚାର ବ୍ୟୁରୋ: ତେଜିବାରେ ଲାଗିଛି ମଧ୍ୟପ୍ରାଚ୍ୟ ସଂକଟ । ଇରାନ ଉପରେ ଆମେରିକାର ଆକ୍ରମଣ ପରେ ଅସନ୍ତୋଷ ତେଜିବାରେ ଲାଗିଛି । ଆମେରିକାର ନ୍ୟୁୟର୍କରେ ଲୋକମାନେ ପତିବାଦ କରିଛନ୍ତି । ଶହଶହ ଲୋକ ରାଜରାସ୍ତା ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭକାରୀମାନେ ପାଲେଷ୍ଟାଇନ ପତକା ଧରିବା ସହ ଇରାନ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି । ରବିବାର ଦିନ ଆମେରିକା ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣର ଇରାନର କେତେକ ଘାଟି ଧ୍ବଂସ ହୋଇଯାଇଥିଲା । ସେପଟେ ଆମେରିକାର ବିଭିନ୍ନ ସାମରିକ ଘାଟି ଉପରେ ଇରାନ ଆକ୍ରମଣ ପାଇଁ ଧମକ ଦେବା ପରେ ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ନିଜ ନାଗରିକଙ୍କୁ ସତର୍କ ରହିବାକୁ ସଜାଗ କଲା ୱାସିଂଟନ ।

