ସଂଚାର ବ୍ୟୁରୋ: ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ବର୍ଷାର ତାଣ୍ଡବ। କ୍ରମାଗତ ବର୍ଷା ଯୋଗୁ ଜନଜୀବନ ହୋଇଛି ପ୍ରଭାବିତ। ହଜାର ହଜାର ଲୋକ ହୋଇଛନ୍ତି ଜଳବନ୍ଦୀ। ଯାତାୟତ ଠପ୍ ହୋଇଛି। ଅଧିକାଂଶ ଗଳିରେ ପାଣି ଜମିଛି। ମୋଗଲରାଜପୁରମରେ ଏକ ଘର ଭୁଶୁଡ଼ିପଡିବାରୁ ଜଣକର ମୃତ୍ଯୁ ଘଟିଛି। ବିଭିନ୍ନ ସ୍ଥାନରେ ଘଟିଛି ଭୂସ୍ଖଳନ। ବର୍ଷା ଓ ପବନ ଯୋଗୁ ଅନେକ ଗଛ ଉପୁଡିପଡିଛି। ରାସ୍ତା ସଫା କରିବା ଲାଗି ବିଭିନ୍ନ ବାହିନୀ ନିୟୋଜିତ ହୋଇଛନ୍ତି। ଗଛ କାଟି ରାସ୍ତା ସଫା କରିବା ପ୍ରକ୍ରିୟା ଜାରି ରହିଛି।