ସଂଚାର ବ୍ୟୁରୋ: ବିଶିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଆଜି ଏକାଦଶାହ । ରାଜଧାନୀ ଭୁବନେଶ୍ଵରରେ ଏକାଦଶାହ ପାଳନ ହେଉଛି । ଏକାଦଶାହରେ ଶ୍ରଦ୍ଧାଞ୍ଚଳି ଦେବାକୁ ବିଶିଷ୍ଠ କଳାକାର, ରାଜନେତାମାନେ ପହଞ୍ଚୁଛନ୍ତି । ଉତ୍ତମଙ୍କ ଏକାଦଶାହରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାମିଲ୍ ହୋଇ ଶ୍ରଦ୍ଧାଞ୍ଜଲି ଜ୍ଞାପନ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବେ । ଉତ୍ତର ମହାନ୍ତିଙ୍କ ସହିତ ଦୀର୍ଘଦିନ ଧରି ସାଥୀ ସହଯୋଗୀ, ପ୍ରଯୋଜକ ଓ ବାବୁସାନଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚୁଛନ୍ତି । ଉତ୍ତମ ମହାନ୍ତିଙ୍କ ପରିବାର ବର୍ଗ ପୁଅ ବାବୁସାନଙ୍କୁ ଶାନ୍ତନା ଦେଉଛନ୍ତି ପ୍ରିୟଜନ । ଏକାଦଶାହରେ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ନେତା ମଧ୍ୟ ପହଞ୍ଚିବାର ରହିଛି ।