ପତ୍ନୀଙ୍କ ଜନ୍ମଦିବସରେ ଶୁଭେଚ୍ଛା ଜଣାଇବାକୁ ଦୌଡ଼ିଆସିଥିଲେ ସୁଦୂର ଲଣ୍ଡନରୁ। ହେଲେ ସତେ ଯେପରି ତାଙ୍କୁ ଛକି ବସିଥିଲା ମୃତ୍ୟୁ। ଆଉ କେହି ନୁହେଁ ଖୋଦ୍ ପତ୍ନୀ ଓ ତାଙ୍କ ପ୍ରେମିକ ମିଶି ସ୍ବାମୀଙ୍କୁ କରିଥିଲେ ହତ୍ୟା। ଏହି ଲୋମହର୍ଷକ କାଣ୍ଡ ଘଟିଛି ଉତ୍ତରପ୍ରଦେଶ ମିରଠରେ। ମର୍ଚ୍ଚାଣ୍ଟ ନାଭି ଅଫିସରକୁଙ୍କୁ ଛୁରୀ ଭୁସି ଅତି ନିର୍ମମ ଭାବେ ହତ୍ୟା କରିବା ସହ ତାଙ୍କ ଶରୀରକୁ ୧୫ ଖଣ୍ଡ କରିଛନ୍ତି ଅଭିଯୁକ୍ତ। ଖଣ୍ଡବିଖଣ୍ଡିତ ଶରୀରକୁ ସେମାନେ ଏକ ଡ୍ରମ ଭିତରେ ସିଲ୍ କରିଦେଇଥିବା ଜଣାପଡିଛି। ଏହି ଘଟଣାରେ ୨୭ ବର୍ଷ ବୟସ୍କ ପତ୍ନୀ ମୁସକାନ ଓ ୨୬ ବର୍ଷ ବୟସ୍କ ପ୍ରେମିକ ସାହିଲଙ୍କୁ ଗିରଫ କରାଯାଇଛି। ଘଟଣା ଘଟିଛି ମିରଠ ଇନ୍ଦିରା ନଗରରେ। ଗତ ମାର୍ଚ୍ଚ ୪ ତାରିଖରେ ସୌରଭ ରାଜପୁତ ନାମକ ୨୯ ବର୍ଷ ବୟସ୍କ ମର୍ଚ୍ଚାଣ୍ଟ ନାଭି ଅଫିସର ନିଖୋଜ ଥିଲେ। ପରେ ପ୍ରେମୀଯୁଗଳ ରହୁଥିବା ସ୍ଥାନରୁ ଦୁର୍ଗନ୍ଧ ବାହାରିବେ ପରେ ଆରମ୍ଭ ହୋଇଥିଲା ଖୋଳତାଡ଼। ଜେରା ପରେ ଗତ ମାର୍ଚ୍ଚ ତାରିଖରେ ସୌରଭଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତ ଶରୀରକୁ ୧୫ ଖଣ୍ଡ କରିଥିବା ସେମାନେ ସ୍ବୀକାର କରିଥିଲେ। ସୌରଭଙ୍କ ପରିବାରର ଅଭିଯୋଗ କ୍ରମେ ପୋଲିସ ମାମଲା ଦାୟର କରି ତଦନ୍ତ କରୁଛି। ଏପରିକି ସୌରଭଙ୍କ ପରିବାରର ଦୃଷ୍ଟି ଏଡାଇବାକୁ ଯାଇ ମୃତ ସୌରଭଙ୍କ ମୋବାଇଲରୁ ପତ୍ନୀ ମେସେଜ ପଠାଇଥିବା ଜଣାଯାଇଛି। ହତ୍ୟା ପରେ ପ୍ରେମିକ ସହ ମିଶି ସେ ବୁଲିବାକୁ ଚାଲିଯାଇଥିବା ଜଣାପଡିଛି। ୨୦୧୬ରେ ବ୍ରହ୍ମପୁରୀ ଇନ୍ଦ୍ରନଗରୀ ବାସିନ୍ଦା ସୌରଭଙ୍କ ସହ ଗୁରିପୁରାର ମୁସ୍କାନ ରାସ୍ତୋଗୀଙ୍କ ସହ ପ୍ରେମ ବିବାହ ହୋଇଥିଲା। ପତ୍ନୀଙ୍କ ଜନ୍ମଦିନରେ ଲଣ୍ଡନରୁ ଆସିବା ପରେ ସୌରଭଙ୍କୁ ହତ୍ୟା କରିଥିଲେ ପ୍ରେମୀଯୁଗଳ।