ସଂଚାର ବ୍ୟୁରୋ: ଅନ୍ଡ୍ୟୁଟିରେ ମାତାଲ ପୋଲିସ ବାବୁ । ନା ଅଛି ବର୍ଦ୍ଦିକୁ ସମ୍ମାନ ନା କାର୍ଯ୍ୟାନୁଷ୍ଠାନକୁ ଭୟ। ଡ୍ୟୁଟିରେ ଥାଇ ପୋଲିସ ବର୍ଦ୍ଦି ପିନ୍ଧି ପିଉଛନ୍ତି ମଦ। ଏହି ମାତାଲା ପୋଲିସ ବାବୁ ଜଣକ ହେଲେ କପ୍ତିପଦା ଥାନାର ଏଏସଆଇ ମିତ୍ରଭାନୁ ବାରିକ। ପୋଲିସ ପୋଷାକରେ ଥାଇ ଏହି ପୋଲିସ ବାବୁ ପିଉଛନ୍ତି ମଦ। ଯାହାର ଏକ୍ସକ୍ଲୁସିଭ ଭିଡିଓ ଲାଗିଛି ଆମ ହାତରେ। ଭିଡିଓଟି କିଛି ଦିନ ପୂର୍ବର ହୋଇଥିବା ଜଣାପଡ଼ିଛି। ଏକ କାମରେ ଗୋଟିଏ ଗ୍ରାମକୁ ଯାଇଥିବା ବେଳେ ପୋଲିସ ପୋଷାକରେ ଥାଇ ମଦ ପିଇଥିଲେ। ପୋଲିସ ପୋଷାକରେ ଥାଇ ମଦ ଖାଇ ମାତାଲ ପୋଲିସ ବାବୁଙ୍କ ସମ୍ପର୍କରେ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ।