ସଂଚାର ବ୍ୟୁରୋ: କାନ୍ଥରୁ ଉଠି ନାହିଁ ବାହାଘର ଶୁଭେଚ୍ଛା, ହେଲେ ସୁଧ କାରବାର ପାଇଁ ଚାଲିଯାଇଛି ଯୁବକଙ୍କ ଜୀବନ। ନିଜ ବାହାଘର ପାଇଁ ଜଣେ ମହିଳାଙ୍କ ନିକଟରୁ ୧୦ ହଜାର ଟଙ୍କା ୫ ପ୍ରତିଶତ ସୁଧରେ ଆଣିଥିଲେ, ହେଲେ ଟଙ୍କା ଶୁଝିବାରେ ବିଳମ୍ବ ହେବାରୁ ଉକ୍ତ ମହିଳା ଘରକୁ ଡାକି କରିଲେ ଦୁର୍ବ୍ୟବହାର ଏବଂ ଗାଳିଗୁଲଜ। ଶେଷରେ ଅସମ୍ମାନ ସହି ନପାରି ବେକରେ ଶାଢ଼ୀ ଲଗାଇ ଯୁବକ କଲେ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଡିବାସାହିରେ । ଖବର ପାଇ କପ୍ତିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ସେପଟେ ସୁଧ ଟଙ୍କା ପାଇଁ ଭାଇକୁ ମାନସିକ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକ ଦୀପକ ପାତ୍ରଙ୍କ ଭାଇ।