ସିନେମାର ‘ଥାଲାପତି’ ବା ସେନାପତି ଭୂମିକାରେ ଅଭିନୟ କରିଥିବା ଯୋସେଫ ବିଜୟ ତାମିଲନାଡୁର ରାଜନୈତିକ କୁରୁକ୍ଷେତ୍ରରେ ତାଙ୍କ ପ୍ରଭାବ ବିସ୍ତାର କରିଛନ୍ତି । ଦଶନ୍ଧି ଧରି ଡିଏମକେ ଏବଂ AIADMKର ଅଭେଦ୍ୟ ନିୟନ୍ତ୍ରଣରେ ଥିବା ଦ୍ରାବିଡ ରାଜନୈତିକ ଦୁର୍ଗରେ ଟିଭିକେର ସୁନାମି ଦେଖିବାକୁ ମିଳିଛି । ତାମିଲନାଡୁରେ ଡିଏମକେ ଏବଂ ଏଆଇଏଡିଏମକେକୁ ପଛରେ ପକାଇ ୧୦୮ ଆସନରେ ଆଗେଇ ଚାଲିଛି ଟିଭିକେ । ଡିଏମକେ ୫୨, AIADMK ୭୪ ସିଟରେ ଲିଡ୍ କରୁଛି । ଟିଭିକେ ପ୍ରାରମ୍ଭିକ ଆଗ୍ରଣୀ ସହିତ ଇତିହାସ ସୃଷ୍ଟି କରିଛି । ଏହା କେବଳ ନିର୍ବାଚନୀ ବ୍ୟକ୍ତିତ୍ୱ ନୁହେଁ ବରଂ ବିଜୟ ତାହା କରିଛନ୍ତି ଯାହା ରଜନୀକାନ୍ତ ଏବଂ କମଲ ହାସନଙ୍କ ପରି ଷ୍ଟାର କରିପାରିନଥିଲେ । ଆଜି ତାମିଲନାଡୁ ଲୋକ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ପ୍ରକୃତ ‘ଥାଲାପତି’ ପାଇଛନ୍ତି । କେବଳ ପରଦାରେ ନୁହେଁ ବରେ ଏକ ବ୍ୟବସ୍ଥା ପରିବର୍ତ୍ତନକାରୀ ଶକ୍ତି । ଆସନ୍ତୁ ଜାଣିବା ବିଜୟ ଏପରି କଣ କରିଛନ୍ତି ଯାହା ତାଙ୍କୁ ରାଜନୀତିର ନୂଆ ‘ଥାଲାପତି’ କରିଛି ।
ମହାରଥୀଙ୍କ ବିଫଳତା: ରଜନୀକାନ୍ତି ଏବଂ କମଲ କେଉଁଠି ଭୁଲ୍ କଲେ ? ତାମିଲନାଡୁରେ ସିନେମା ଏବଂ ରାଜନୀତି ମଧ୍ୟରେ ସମ୍ପର୍କ ବହୁ ପୁରୁଣା । ଏମଜି ରାମଚନ୍ଦ୍ରନ (ଏମଜିଆର) ଏବଂ ଜେ ଜୟଲଳିତାଙ୍କ ଭଳି ତାରକାମାନେ ରାଜ୍ୟକୁ ଶାସନ କରିଥିଲେ । ସେହି ସଫଳତାକୁ ପୁନରାବୃତ୍ତି କରିବାକୁ ଆଶା କରି ବର୍ତ୍ତମାନ ଯୁଗରେ ଦୁଇଜଣ ବଡ଼ ତାରକା ରାଜନୀତି ଆଡକୁ ମୁହାଁଉଛି ।
ରନଜୀକାନ୍ତଙ୍କ ‘ଦ୍ୱନ୍ଦ’- ରଜନୀକାନ୍ତଙ୍କ ପାଖରେ ଦେବତାଙ୍କ ପରି ପ୍ରଶଂସକ ଅଛନ୍ତି । ସେ ୨୦୧୭ ମସିହାରେ ରାଜନୀତିରେ ପ୍ରବେଶ କରିବାକୁ ତାଙ୍କର ଅଭିପ୍ରାୟ ଘୋଷଣା କରିଥିଲେ କିନ୍ତୁ ବର୍ଷ ବର୍ଷ ଧରି କୌଣସି ଠୋସ୍ ପଦକ୍ଷେପ ନେଇ ନଥିଲେ । ଶେଷରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଓହରିଗଲେ । ଜନସାଧାରଣ ତାଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବୋଲି ବୁଝିଥିଲେ ।
କମଳ ହାସନଙ୍କ ‘ବୌଦ୍ଧିକ ରାଜନୀତି’- କମଲ ହାସନ ୨୦୧୮ ମସିହାରେ ମକ୍କାଲ ନିଧି ମୈୟମ ଦଳ ଗଠନ କରିଥିଲେ । ତଥାପ ତାଙ୍କର ରାଜନୀତି ଏବଂ ଭାଷଣକୁ ସାଧାରଣ ଲୋକଙ୍କ ବୁଝାମଣାଠାରୁ କିଛି ଉର୍ଦ୍ଧ୍ୱରେ ବିବେଚନା କରାଯାଉଥିଲା । ଏକ ଦୃଢ ତୃଣମୂଳସ୍ତରୀୟ କର୍ମୀଙ୍କ ଅଭାବ ଥିଲା, ଯାହା ତାଙ୍କୁ ନିର୍ବାଚନୀ ପ୍ରଭାବ ପରାଇବାରେ ବାଧା ଦେଇଥିଲା ।
ବିଜୟଙ୍କ ମାଷ୍ଟ୍ରରଷ୍ଟୋକ୍, କଣ ଅଲଗା କଲେ ? ବିଜୟ ରଜନୀକାନ୍ତ ଏବଂ କଲମ ହାସନଙ୍କ ଭୁଲରୁ ବହୁତ କିଛି ଶିଖିଛନ୍ତି । ରାତାରାତି ରାଜନୀତିରେ ଡେଇଁବା ପରିବର୍ତ୍ତେ, ସେ ବର୍ଷ ବର୍ଷ ଧରି ଏକ ଦୃଢ ପିଚ୍ ଗଠନ କରିବାରେ ବିତାଇଲେ ।
ଫ୍ୟାନ କ୍ଲବକୁ ରାଜନୈତିକ କ୍ୟାଡରରେ ବଦଳାଇଲେ… ବିଜୟଙ୍କର ସବୁଠାରୁ ବଡ଼ ସଫଳତା ହେଉଛି ତାଙ୍କର ବିଜୟ ମକ୍କଲ୍ ଇୟାକ୍କମ । ଏହା କେବଳ ଏକ ପ୍ରଶଂସକ କ୍ଲବ ନଥିଲା । ଗତ ୧୦ ବର୍ଷ ଧରି ବିଜୟ ରକ୍ତଦାନ, ମାଗଣା ଖାଦ୍ୟ ବଣ୍ଟନ ଏବଂ ବିପର୍ଯ୍ୟୟ ସହାୟତା ଭଳି ସାମାଜିକ କାର୍ଯ୍ୟରେ ତାଙ୍କ ପ୍ରଶଂସକଙ୍କୁ ନିୟୋଜିତ କରିଥିଲେ । ସେ ଦଳ ଗଠନ କରିଥିଲେ ତାଙ୍କୁ କର୍ମୀ ଖୋଜିବାକୁ ପଡିନଥିଲା, ତାଙ୍କ ପାଖରେ ପୂର୍ବରୁ ଏକ ଶୃଙ୍ଖଳିତ ସେନା ଥିଲା ।
ଯୁବ ଏବଂ ଛାତ୍ରଙ୍କ ଉପରେ ଫୋକସ- ବିଜୟ ପ୍ରଥମ ଥର ଭୋଟର ଏବଂ ଯୁବପିଢିଙ୍କ ଉପରେ ତାଙ୍କର ପ୍ରୟାସକୁ କେନ୍ଦ୍ରିତ କରିଥିଲେ । ସେ ରାଜ୍ୟର ବୋର୍ଡ ପରୀକ୍ଷା ଟପ୍ପରମାନଙ୍କୁ ସମ୍ମାନିତ କରିବା ପାଇଁ ବିଶାଳ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ତାଙ୍କର ଭାଷଣ ଯେଉଁଠାରେ ସେ ଛାତ୍ରମାନଙ୍କୁ ଟଙ୍କା ପାଇଁ ଭୋଟ୍ ନ ଦେବାକୁ ଅନୁରୋଧ କରିଥିଲେ । ମଧ୍ୟବିତ୍ତ ବର୍ଗ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଜଣେ ବଡ଼ ନେତା ଭାବରେ ତାଙ୍କର ପ୍ରତିଛବି ପ୍ରତିଷ୍ଠିତ କରିଥିଲା ।
ବିଚାରଧାରରେ ସନ୍ତୁଳନ- କମଲ ହାସନ କଠୋର ବାମପନ୍ଥୀ ମନେ ହେଉଥିଲେ, ବିଜେୟ ଏକ ଅଧିକ ସନ୍ତୁଳିତ ପଥ ବାଛିଥିଲେ । ସେ ପେରିୟାର, କାମରାଜ ଏବଂ ବି.ଆର ଆମ୍ବେଦକରଙ୍କ ଚିନ୍ତାଧାରା ଗ୍ରହଣ କରିଥିଲେ । ସାମାଜିକ ନ୍ୟାୟର ସମର୍ଥନ କରିଥିଲେ ଏବଂ ଏକ ଭଲ ପ୍ରତିଛବି ପ୍ରତିପାଦନ କରିଥିଲେ ।

