ସଂଚାର ବ୍ୟୁରୋ: ଆଜି ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା। ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ଭୀଷଣ ବାତ୍ୟା- ‘ଦାନା’ ମାଡ଼ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି।
ପୁରୀରୁ ପଶ୍ଚିମ ବଙ୍ଗର ସାଗର ଦୀପ ମଧ୍ୟରେ ଏହା ଅତିକ୍ରମ କଲାବେଳକୁ ପବନର ବେଗ ୧୨୦ କିଲୋମିଟର ପାଖାପାଖି ଯିବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି।
ଭିଜିଲାନ୍ସ ଅଧିକାରୀ ଯୋଜନା ମୁତାବକ ଛକି ରହିଥିଲେ। ଆଜି ସକାଳେ ପୁଲିସ ବାବୁ ଜଣଙ୍କ ମଦ ବେପାରୀଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା। ଏଥିସହ ତାଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିଥିଲା। ଏନେଇ ଏସ୍ଆଇଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ।