ଭୁବନେଶ୍ୱର : ନିକଟରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟିକା ସୁନନ୍ଦା ଦାସ ବୁଧବାର ପଦ୍ମ ଧରି ପାରନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପିରେ ମିଳି ପାରନ୍ତି ।
ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ୬ ତାରିଖରେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ବୋଲି ତାଙ୍କ ସ୍ୱାମି ଦେବେନ୍ଦ୍ର ଦାସ ସୂଚନା ଦେଇଥିଲେ ।
ଗତ ଅକ୍ଟୋବର ୨୯ ତାରିଖରେ ବିଜେଡ଼ିରୁ ଇସ୍ତଫା ଦେଇଥିଲେ । ଏହା ପରେ ସେ ଦଳର ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ । ଦଳରେ ଆଉ ନବୀନ ପଟ୍ଟନାୟକଙ୍କର କିଛି ଭୂମିକା ନାହିଁ ବୋଲି କହିଥିଲେ । ନେତାମାନଙ୍କୁ ଅଣଦେଖା କରାଯିବାରୁ ବିଜେଡି ଏଥର ନିର୍ବାଚନ ହାରିଲା ବୋଲି କହିଛନ୍ତି ।