Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ବାଙ୍ଗାଲୋରକୁ ଭେଟିବ ପଞ୍ଜାବ

Sanchar Live by Sanchar Live
April 18, 2025
in କ୍ରୀଡ଼ା
0
ଆଜି ବାଙ୍ଗାଲୋରକୁ ଭେଟିବ ପଞ୍ଜାବ
0
SHARES
5
VIEWS
FacebookTwitter

ଆଜି ଆଇପିଏଲ୍‌ରେ ଦମ୍‌ଦାର ମୁକାବିଲା ରହିଛି । ଏଥର ଚମତ୍କାର ପ୍ରଦର୍ଶନ ଜାରି ରଖିଥିବା ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଘରୋଇ ଚିନ୍ନାସ୍ୱାମୀ ଗ୍ରାଉଣ୍ଡ୍‌ରେ  ପଞ୍ଜାବ କିଙ୍ଗ୍‌ସକୁ ଭେଟିବ । ପଞ୍ଜାବ କିଙ୍ଗ୍‌ସ ମଧ୍ୟ ଚଳିତ ସିଜନରେ ଏକ ଶକ୍ତିଶାଳୀ ଦଳ  ରୂପେ ଉଭା ହୋଇଛି । ଉଭୟ ଦଳରେ ବହୁ  ଚର୍ଚ୍ଚିତ ତାରକା ଖେଳାଳି ରହିଥିବାରୁ ଏହି ମ୍ୟାଚ୍‌କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଦ୍ୱିଗୁଣା  ହୋଇଛି । ଉଭୟ ରୟାଲ୍‌ ଚ୍ୟାଲେଞ୍ଜର୍ସ ଓ ପଞ୍ଜାବ କିଙ୍ଗ୍‌ସ ବର୍ତ୍ତମାନ ପଏଣ୍ଟ ତାଲିକାର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଉଭୟ ଦଳ ୬ଟି  ଲେଖାଏଁ ମ୍ୟାଚ୍‌ ଖେଳି ୮ ପଏଣ୍ଟ ଲେଖାଏଁ  ଅର୍ଜନ କରିଛନ୍ତି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଜିତିଲେ ପଏଣ୍ଟ ତାଲିକାର  ଶୀର୍ଷକୁ ଉନ୍ନୀତ ହୋଇପାରିବ । ପଞ୍ଜାବ  କିଙ୍ଗ୍‌ସ ଜିତିଲେ ଦ୍ୱିତୀୟ ସ୍ଥାନ ଦଖଲ କରିବ ।  ଉଭୟ ଦଳ ଚମତ୍କାର ଫର୍ମରେ ରହିଛନ୍ତି । ତେଣୁ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ  କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ  ଅନୁଷ୍ଠିତ ପୂର୍ବ ମ୍ୟାଚ୍‌ଗୁଡ଼ିକ ମଧ୍ୟ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଛି । ଉଭୟ ଦଳ ଗତ ୧୭ ବର୍ଷ ମଧ୍ୟରେ ପରସ୍ପରକୁ ୩୩ଥର  ଭେଟିଛନ୍ତି ।

ଏଥିରୁ ପଞ୍ଜାବ କିଙ୍ଗ୍‌ସ ୧୭ଟି ଓ  ରୟାଲ ଚ୍ୟାଲେଞ୍ଜର୍ସ ୧୬ଟି ମ୍ୟାଚ ଜିତିଛନ୍ତି ।  ଗତ ବର୍ଷ ଉଭୟ ଦଳ ୨ଥର ସାମ୍ନା ସାମ୍ନି  ହୋଇଥିଲେ.

ଉଭୟ ଦଳ ୨ଥର ସାମ୍ନା ସାମ୍ନି  ହୋଇଥିଲେ । ଉଭୟ ମ୍ୟାଚ୍‌ ଜିତିଥିଲା  ରୟାଲ୍‌ ଚ୍ୟାଲେଞ୍ଜର୍ସ । ମାତ୍ର ଏଥର ପଞ୍ଜାବ  କିଙ୍ଗ୍‌ସ ବେଶ୍‌ ଶକ୍ତିଶାଳୀ ଓ ସନ୍ତୁଳିତ । ଦୁଇ  ଦିନ ତଳେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ପଞ୍ଜାବ  କିଙ୍ଗ୍‌ସ ମାତ୍ର ୧୧୧ ରନ କରି ମଧ୍ୟ କୋଲକାତା ନାଇଟ୍‌ ରାଇଡର୍ସକୁ ୯୫ ରନ୍‌ରେ ଅଲ ଆଉଟ୍‌  କରିଥିଲା । ବୋଲିଂ ବଳରେ ମଧ୍ୟ ମ୍ୟାଚ୍‌  ଜିତିବାର କ୍ଷମତା ରଖିଥିବା ପଞ୍ଜାବ କିଙ୍ଗ୍‌ସ  ପ୍ରମାଣିତ କରିଥିଲା ।

ଶ୍ରେୟାସ ଆୟରଙ୍କ ଦଳ ଗତ ବର୍ଷର ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ରୟାଲ୍‌ ଚ୍ୟାଲେଞ୍ଜର୍ସ ଗତ ୧୩  ତାରିଖରେ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା । ଏହି ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ୯  ୱିକେଟ୍‌ରେ ବିଜୟ ହାସଲ କରିଥିଲା । ଫିଲ  ସଲ୍ଟ, ବିରାଟ କୋହଲି ଅର୍ଦ୍ଧଶତକ ଅର୍ଜନ କରିଥିଲେ । କୋହଲି ଇତି ମଧ୍ୟରେ ୩ଟି  ଅର୍ଦ୍ଧଶତକ ଅର୍ଜନ କରି ଚମତ୍କାର ଫର୍ମରେ  ରହିଛନ୍ତି । ଆସନ୍ତାକାଲି ତାଙ୍କ ଇନିଂସ ମଧ୍ୟ  ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ କରିବା ଆଶା କରାଯାଉଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ନିକଟରେ ଏକ ଶୃଙ୍ଖଳିତ ପେସ୍‌ ବାହିନୀ ମଧ୍ୟ ରହିଛି ।

ଜୋସ ହାଜେଲଉଡ୍‌, ଭୁବନେଶ୍ୱର କୁମାର  ଓ ୟଶ ଦୟାଲ ପ୍ରତିପକ୍ଷ ବ୍ୟାଟରଙ୍କୁ ବାନ୍ଧି  ରଖିବାରେ ସଫଳ ହେଉଛନ୍ତି । ଆସନ୍ତାକାଲି ଉଭୟ ଦଳର ଷ୍ଟାର  ଭାରତୀୟ ବ୍ୟାଟର କୋହଲି ଓ ଆୟରଙ୍କ  ଉପରେ ନଜର ରହିବା ସ୍ୱାଭାବିକ । ମାତ୍ର  ପଞ୍ଜାବ କିଙ୍ଗ୍‌ସର ଯୁବ ଓପନର ପ୍ରିୟାଂଶ  ଆର୍ଯ୍ୟଙ୍କୁ ନେଇ ମଧ୍ୟ ରୟାଲ୍‌ ଚ୍ୟାଲେଞ୍ଜର୍ସ  ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ।

କାରଣ ଗତ ସନରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ପ୍ରିୟାଂଶ ମହମ୍ମଦ ସାମି ଓ ପ୍ୟାଟ୍‌ କମିନ୍ସଙ୍କ ଭଳି ବୋଲରଙ୍କୁ ନିର୍ମମ ପ୍ରହାର କରିଥିଲେ । ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହୁଥିବାବେଳେ ଏଠାକାର  ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍‌ ଫିଲ୍ଡ ଯୋଗୁଁ  ବିଶାଳ ସ୍କୋର ସମ୍ଭବ । ରାତ୍ରିରେ କାକର  ପ୍ରଭାବ ରହିବ । ଫଳରେ ଟସ ବିଜୟୀ ଦଳ  ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ

Tags: ipl2025Rcbvrspbks
ShareTweetShareSend
Sanchar Live

Sanchar Live

Next Post
ଭୁବନେଶ୍ୱରରେ ପ୍ରବଳ ବର୍ଷା

ଭୁବନେଶ୍ୱରରେ ପ୍ରବଳ ବର୍ଷା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପୋଲିସ ଏସଆଇ ଚାକିରିରେ ଜାଲିଆତି ଅଭିଯୋଗ
  • ଆଜି ଆସିପାରେ ବିହାରର ଚୂଡ଼ାନ୍ତ ଭୋଟର ତାଲିକା
  • ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍
  • ମହାମାୟାଙ୍କ ମହାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ
  • ତାମିଲନାଡୁ କରୁର ଦଳାଚକଟା ଘଟଣା : ତାମିଲଗା ଭେଟ୍ରି କାଜାଗମ ଦିଲ୍ଲା ସମ୍ପାଦକ ମାଥେଝଗନ ଗିରଫ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.