ଚଳିତ ଆଇପିଏଲ୍ର ୩୭ତମ ଲିଗ୍ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ନିଜ ଘରୋଇ ଗ୍ରାଉଣ୍ଡ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ । ମାତ୍ର ୩୯ ଘଣ୍ଟା ପରେ ଉଭୟ ଦଳ ପୁଣି ଥରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଗୁରୁବାର ଦିନ ଉଭୟ ଦଳ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍ରେ ସାମ୍ନା ସାମ୍ନି ହୋଇଥିଲେ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ ବହୁ ବିଳମ୍ବରେ ଶେଷ ହୋଇଥିଲା । ପଞ୍ଜାବ କିଙ୍ଗ୍ସ ୫ ୱିକେଟ୍ରେ ବିଜୟ ହାସଲ କରିଥିଲା । ମଝିରେ ବେଙ୍ଗାଲୁରୁରୁ ମୋହାଲି ପର୍ଯ୍ୟନ୍ତ ୩ଘଣ୍ଟିଆ ଯାତ୍ରା ଯନ୍ତ୍ରଣା ପରେ ଉଭୟ ଦଳ ବିଶ୍ରାମକୁ ପ୍ରାଥମିକତା ଦେଇଛନ୍ତି । ଆଜି ଗ୍ରାଉଣ୍ଡକୁ ଓହ୍ଲାଇବା ପୂର୍ବରୁ ଯାହା ଅଭ୍ୟାସ କରିବେ ।
ପଞ୍ଜାବ କିଙ୍ଗ୍ସ ପଏଣ୍ଟ ତାଲିକାରେ ରୟାଲ୍ ଚ୍ୟାଲେଞ୍ଜର୍ସ ଠାରୁ ଉପରେ ରହିଛି । ଆଜି ବିଜୟ ସହ ପଞ୍ଜାବ କିଙ୍ଗ୍ସକୁ ପଛରେ ପକାଇବାକୁ ରୟାଲ୍ ଚ୍ୟାଲେଞ୍ଜର୍ସ ପ୍ରୟାସ କରିବ । ଦଳର ସବୁ ଖେଳାଳି ଫିଟ୍ ଓ ଫର୍ମରେ ରହିଛନ୍ତି । ପଞ୍ଜାବ କିଙ୍ଗ୍ସ ବିପକ୍ଷ ପରାଜୟ ମଧ୍ୟ ସେଭଳି ପ୍ରଭାବ ପକାଇ ନାହିଁ । କେବଳ ଛୋଟ ମୋଟ ତ୍ରୁଟିକୁ ସୁଧାରିଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବିଜୟ ହାସଲ କରିପାରିବ । ଅବଶ୍ୟ ଏହା ପୂର୍ବରୁ ପିଚ୍ ଓ ବାଉଣ୍ଡାରୀ ଉପରେ ଦଳକୁ ଧ୍ୟାନ ରଖିବାକୁ ହେବ ରୟାଲ୍ ଚ୍ୟାଲେଞ୍ଜର୍ସ ପୂର୍ବରୁ ମଧ୍ୟ ଏହି ଗ୍ରାଉଣ୍ଡ୍ରେ ଖେଳି ନାହିଁ । ଶନିବାର ମଧ୍ୟ ପିଚ୍ ପରଖିବାକୁ ଦଳ ସମୟ ପାଇନାହିଁ ।