ସଂଚାର ବ୍ୟୁରୋ: ଆଜି ବିଧାନସଭା ଦ୍ବିତୀୟ ପର୍ଯ୍ଯାୟ ଅଧିବେଶନର ଏକାଦଶ ଦିନ । ଦିନକର ଛୁଟି ପରେ ଆଜି ଗୃହ ବେଶ ସରଗରମ ରହିବ। ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ସ୍ଵରାଷ୍ଟ୍ର, ସ୍ଵାସ୍ଥ୍ଯ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି । ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବ। ଶୂନ୍ୟକାଳରେ ଚିକିଟି ମଦମୃତ୍ୟୁ, ରେଭେନ୍ସା ନାଁ ବଦଳାଇବା ପ୍ରସ୍ତାବ ପ୍ରସଙ୍ଗକୁ ଗୃହରେ ଉଠାଇ ପାରନ୍ତି ବିରୋଧୀ । ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆସିବ।