Monday, November 2, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home କ୍ରୀଡ଼ା

ଆଜି ଗୁଜୁରାଟକୁ ଭେଟିବ ମୁମ୍ବାଇ

Sanchar Live by Sanchar Live
April 20, 2026
in କ୍ରୀଡ଼ା
0
0
SHARES
13
VIEWS
Facebook
Twitter

ଆଇପିଏଲ୍‌ର ୩୦ତମ ଲିଗ୍ ମ୍ୟାଚ୍‌ରେ ଆଜି ଘରୋଇ ଗୁଜରାଟ ଓ ୫ଥର ଚାମ୍ପିଅନ୍ ମୁମ୍ବାଇ ସାମ୍ନାସାମ୍ନି ହେବେ । କ୍ରମାନ୍ୱୟରେ ୩ଟି ମ୍ୟାଚ୍ ଜିତିଥିବା ଗୁଜରାଟ ଆଉ ଏକ ଚମକପ୍ରଦ ବିଜୟ ସହ ୨ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ମୁମ୍ବାଇ ବିଜୟକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଫଳରେ ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

ଗୁଜରାଟ ସିଜନର ପ୍ରଥମ ୨ଟି ମ୍ୟାଚ୍ ପରାଜିତ ହେବା ପରେ ପରବର୍ତ୍ତୀ ୩ଟି ମ୍ୟାଚ୍ (ଦିଲ୍ଲୀ, ଲକ୍ଷ୍ନୌ, କୋଲକାତା) ଜିତି ମୋଟ ୬ପଏଣ୍ଟ ସହ ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। ମୁମ୍ବାଇ ପ୍ରଥମ ମ୍ୟାଚ୍‌ରେ କୋଲକାତାକୁ ହରାଇଥିଲା । ମାତ୍ର ପରବର୍ତ୍ତୀ ୪ଟି ଯାକ ମ୍ୟାଚ୍‌ରେ ପରାଜିତ ହୋଇଛି । ଦଳ ସବା ଶେଷରେ (ଦଶମ) ରହିଛି ।

Related posts

ହାର୍ଦ୍ଦିକଙ୍କୁ ନିଅ, ଏହି ୨ ଜଣଙ୍କୁ ଦିଅ: ଚର୍ଚ୍ଚାରେ KKR-MI ଟ୍ରେଡ଼ ଡିଲ

ହାର୍ଦ୍ଦିକଙ୍କୁ ନିଅ, ଏହି ୨ ଜଣଙ୍କୁ ଦିଅ: ଚର୍ଚ୍ଚାରେ KKR-MI ଟ୍ରେଡ଼ ଡିଲ

November 2, 2026
ଚର୍ଚ୍ଚାରେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ଉମା

ଚର୍ଚ୍ଚାରେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ଉମା

October 29, 2026

ଭେଟେରାନ ଓପନର ରୋହିତ ଶର୍ମା ଓ ସ୍ପିନର ମିଚେଲ ସାଣ୍ଟନର ଫିଟ୍ ହୋଇଛନ୍ତି । ଯାହାକି ମୁମ୍ବାଇକୁ ଆଶ୍ୱସ୍ତ କରିଛି । ରୋହିତଙ୍କ ସ୍ଥାନରେ ପୂର୍ବ ମ୍ୟାଚ୍ ଖେଳିଥିବା କ୍ୱିଣ୍ଟନ ଡି କକ୍ ଶତକ ଅର୍ଜନ କରି ଫର୍ମରେ ଥିବା ପ୍ରମାଣିତ କରିଥିଲେ । ଆଜ ରାନ୍ ରିକେଲଟନ୍ ଏକାଦଶରୁ ବାଦ୍ ପଡ଼ିବା ନିଶ୍ଚିତ । ମଧ୍ୟକ୍ରମ ବ୍ୟାଟର ଓ ପ୍ରମୁଖ ପେସ୍ ବୋଲର ଯଶପ୍ରୀତ ବୁମରାଙ୍କ ଫର୍ମ ଦଳ ପରାଜୟର ମୁଖ୍ୟ କାରଣ ସାଜିଛି । ଗୁଜରାଟକୁ ହରାଇବାକୁ ହେଲେ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ ।

ଗୁଜରାଟ ଦଳ ଶୁଭମନ ଗିଲ୍, ବି ସାଇ ସୁଦର୍ଶନ ଏବଂ ଜୋସ୍ ବଟଲରଙ୍କ ଉପରେ ନିର୍ଭରଶୀଳ । ଅନ୍ୟ ସମସ୍ତ ବ୍ୟାଟର ସଂଘର୍ଷ କରୁଛନ୍ତି । ବୋଲିଂ ବିଭାଗରେ କାଗିସୋ ରାବାଡ଼ା, ପ୍ରସିଦ୍ଧ କ୍ରିଷ୍ଣା ଓ ମହମ୍ମଦ ସିରାଜ ଭଲ ପ୍ରଦର୍ଶନ କରୁଥିବାବେଳେ ରସିଦ ଖାନ ଆବଶ୍ୟକ ସ୍ଥଳେ ଯୋଡ଼ି ଭାଙ୍ଗିବାରେ ସଫଳ ହୋଇଛନ୍ତି । ଆସନ୍ତାକାଲି ଗୁଜରାଟ ବୋଲର ଓ ମୁମ୍ବାଇ ବ୍ୟାଟରଙ୍କ ମଧ୍ୟରେ କଡ଼ା ଟକ୍କର ହେବ ।

Tags: Gt vs miIPL 2026

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି
  • ଭ୍ୟାନ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା: ୬ ଜଣଙ୍କ ମୃତ୍ୟୁ
  • ଅଣନିଶ୍ବାସୀ ହୋଇଗଲେଣି ଦିଲ୍ଲୀବାସୀ, ବଢୁଛି ପ୍ରଦୂଷଣ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.