ସଂଚାର ବ୍ୟୁରୋ: ଆଜି ସରୁଛି ଖଣ୍ଡଗିରି ମେଳା । ହୋମଯଜ୍ଞ ସରିବା ପରେ ବିଦାୟ ନେବେ ସାଧୁସନ୍ଥ । ମାଘ ସପ୍ତମୀରୁ ଆରମ୍ଭ ହୋଥିବା ଏହି ମେଳା ମାଘ ପୂର୍ଣିମା ଦିନ ଶେଷ ହେବାକୁ ଯାଉଛି । ଶେଷଦିନରେ ରହସ୍ଯମୟ ଗୁମ୍ଫାରେ ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ସିଦ୍ଧି ପ୍ରାପ୍ତି ପାଇଁ ମା କାଳୀଙ୍କ ଗୁମ୍ଫାରେ ଚାଲିଛି ଆରାଧନା । ଆଜି ଯାତ୍ରା ସରୁଥିଲେ ବି ୧୭ ତାରିଖ ପର୍ଯ୍ଯନ୍ତ ଚାଲିବ ଯାତ୍ରା ମହାକୁମ୍ଭ ।
ମାଘ ସପ୍ତମୀ ଠାରୁ ଆରମ୍ଭ ହୋଇଥିବା ଖଣ୍ଡଗିରି ମେଳା ମାଘ ପୂର୍ଣ୍ଣିମାରେ ପଡ଼ିବ ପୂର୍ଣ୍ଣାହୂତି । ଶେଷ ଦିନରେ ଜୋରଦାର ଚାଲିଛି ପୂଜାର୍ଚ୍ଚନା । ମେଳା ସରିବା ପରେ ବିଦାୟ ନେବେ ସାଧୁସନ୍ଥ । ତେଣୁ ଶେଷ ଦିନରେ ସାଧୁ ସଂଗତି ପାଇଁ ଧାଇଁ ଆସିଛନ୍ତି ଶହଶହ ଶ୍ରଦ୍ଧାଳୁ । ପୂଜା ଓ ହୋମଯଜ୍ଞ ପାଇଁ ଅଞ୍ଚଳରେ ଦେଖିବାକୁ ମିଳିଛି ଆଧ୍ଯାତ୍ମିକ ପରିବେଶ । ମହାକୁମ୍ଭ ସ୍ଥଳରୁ ଆସିଥିବା ଜଳକୁ ସାଧୁ ସନ୍ଥଙ୍କ ଉପରେ ସିଞ୍ଚନ କରାଯାଇ ସାମୁହିକ ସଂକୀର୍ତ୍ତନରେ ସାମିଲ ହୋଇଛନ୍ତି ସଭିଏଁ ।
ନିୟମା ଅନୁଯାୟି ପୂର୍ଣ୍ଣାହୁତି ପୂର୍ବରୁ ମାଆ କାଳୀ ଗୁମ୍ଫାରେ ବୈଦିକ ରୀତି ନୀତିରେ ପୂଜାର୍ଚ୍ଚନା କରିଛନ୍ତି ନାଗାସାଧୁ । ଘଞ୍ଚ ଜଙ୍ଗଲ ଓ କଣ୍ଟକ ଯୁକ୍ତ ବୃକ୍ଷଲତାକୁ ଏଡେଇ ମାଆ କାଳୀଙ୍କ ଗୁମ୍ଫା ପାଦଦେଶରେ କିଛି ସାଧୁଙ୍କ ସହିତ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ୭୫୨ ଟି ଗୁମ୍ଫା ଭିତରୁ ଏହି ଗୁମ୍ଫା ହେଉଛି ଶ୍ରେଷ୍ଠ l ଗୁମ୍ଫାରେ ଭିତରେ ରୁହନ୍ତି ଶହଶହ ସଂଖ୍ୟାରେ ଚେମିଣି l ଗୁମ୍ଫା ଭିତରେ ପ୍ରବେଶ କରିବା ପାଇଁ ରହିଛି ସୁଡଙ୍ଗ । ହେଲେ ଭିତରେ ପ୍ରବେଶ କଲା ପରେ ଜଣା ପଡୁଛି ବିରାଟ ମହଲ । ଏହାରି ଭିତରେ ଥିବା ଅନେକ ସୁଡଙ୍ଗ କେଉଁ ଆଡ଼େ ଯାଇଛି ତାହାର ପ୍ରମାଣ କାହା ପାଖରେ ନାହିଁ ।