ସଂଚାର ବ୍ୟୁରୋ: ସୁପର ସଣ୍ଡେରେ ସୁପର ମୁକାବିଲା। ଆଜି ଏସିଆ କପରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଦୁବାଇ ଇଣ୍ଟରନ୍ଯାସନାଲ ଷ୍ଟାଡିୟମରେ ସଂଧ୍ଯା ୮ ଟାରେ ଖେଳାଯିବ ଏହି ହାଇଭୋଲ୍ଟେଜ ମ୍ଯାଚ । ପ୍ରାରମ୍ଭିକ ମ୍ଯାଚରେ ୟୁଏଇକୁ ୯ ୱିକେଟରେ ହରାଇ ନିଜ ବିଜୟ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଯୁବ ବ୍ରିଗ୍ରେଡ । ଉପ ଅଧିନାୟକ ଶୁବମନ ଗିଲ, ସଞ୍ଜୁ ସାମସନ, ଅଭିଶେଷ ଶର୍ମା, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ସଶକ୍ତ ଅଛି ଭାରତୀୟ ଟିମ୍ । ଟିମର ବୋଲିଂ ଭାର ସମ୍ଭାଳିବେ ଯଶପ୍ରିତ ବୁମରା, ବରୁଣ ଚକ୍ରବର୍ତ୍ତୀ ଓ ଅର୍ଶଦୀପ ସିଂଙ୍କ ପରି ଅଭିଜ୍ଞ ବୋଲର । ସେପଟେ ସଲମାନ ଆଗାଙ୍କ ନେତୃତ୍ବରେ ଟକ୍କର ଦେବ ପାକିସ୍ତାନ ବାହିନୀ । ନିକଟରେ ଟ୍ରାଇ ସିରିଜ ଜିତି ଫେରିଛି ପାକ ଦଳ । ପ୍ରଥମ ମ୍ଯାଚରେ ଓମାନକୁ ୯୩ ରନରେ ହରାଇଛି ଦଳ । ତେଣୁ ଆଜିର ମ୍ଯାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।