Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ତିରୁପତି ମନ୍ଦିରକୁ ଆସୁଥିବା ଘିଅ ଗାଡିରେ ଜିପିଏସ ଲଗାଇଲେ କର୍ଣ୍ଣାଟକ ମିଲ୍କ ଫେଡେରେସନ

Sanchar Live by Sanchar Live
September 22, 2024
in ଭାରତ
0
ତିରୁପତି ମନ୍ଦିରକୁ ଆସୁଥିବା ଘିଅ ଗାଡିରେ ଜିପିଏସ ଲଗାଇଲେ କର୍ଣ୍ଣାଟକ ମିଲ୍କ ଫେଡେରେସନ
0
SHARES
28
VIEWS
FacebookTwitter

ସଂଚାର ବ୍ୟୁରୋ:  ତିରୁପତି ମନ୍ଦିରକୁ ଆସୁଥିବା ଘିଅ ଗାଡିରେ ଜିପିଏସ ଲଗାଇଛନ୍ତି କର୍ଣ୍ଣାଟକ ମିଲ୍କ ଫେଡେରେସନ । ତିରୁପତି ମନ୍ଦିର ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ମାମଲା ସାମ୍ନାକୁ ଆସିବା ପରେ ଏଭଳି ଉପାୟ କରାଯାଇଛି । କେଏମଏଫର ପ୍ରବନ୍ଧକ ନିର୍ଦ୍ଦେଶକ ଏମ କେ ଜଗଦୀଶ କହିଛନ୍ତି, ଟିଟିଡିରେ ନନ୍ଦିନୀ ବ୍ରାଣ୍ଡ ଘିଅ ବ୍ୟବହାର କରିବା ପାଇଁ କକର୍ଣ୍ଣାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନନ୍ଦିନୀ କର୍ଣ୍ଣାଟକ ମିଲ୍କ ଫେଡେରେସନର ଲୋକପ୍ରିୟ ବ୍ରାଣ୍ଡ ।

ତେବେ ଜିପିଏସ ଲାଗିବା ଦ୍ୱାରା ଘିଅ ଭର୍ତ୍ତି ଟ୍ରକ କେଉଁ କେଉଁ ସ୍ଥାନ ଦେଇ ଆସୁଛି, ରହୁଛି ତାହାର ଗତିବିଧିକୁ ଅନୁଧ୍ୟାନ କରାଯାଇପାରିବ । କେବେ ବି ଘିଅରେ କୌଣସି ଜିନିଷ ଯେଭଳି କିଛି ନ ମିଶେ ଏହାର ମୂଳ ଉଦେଶ୍ୟ । ଜିପିଏସର ବ୍ୟବହାର କୌଣସି ଗାଡିର ବାସ୍ତବିକ ଅବସ୍ଥିତିକୁ ଜାଣିବା ପାଇଁ କରାଯାଏ ।

କର୍ଣ୍ଣାଟକ ମିଲ୍କ ଫେଡେରେସନକୁ ୩୫୦ ଟନ ଘିଅର ଅଭାବକୁ ପୂରଣ କରିବା ପାଇଁ କଣ୍ଟ୍ରାକ୍ଟ କରାଯାଇଛି । ଯେତେବେଳେ ଘିଅର ଆବଶ୍ୟକତା ପଡିବ, ସେତେବେଳେ ଏହାକୁ ପୂରଣ କରାଯିବ ବୋଲି ଫେଡେରେସନ ପକ୍ଷରୁ କୁହାଯାଇଛି ।

ଗତକାଲି କର୍ଣ୍ଣାଟକ ସରକାର ଗାଇଡଲାଇନ ଜାରି କରି କହିଛନ୍ତି ଯେ, ରାଜ୍ୟର ମନ୍ଦିର ପରିଚାଳନା ସଂସ୍ଥା ଅଧୀନରେ ଥିବା ସମସ୍ତ ୩୪ ହଜାର ମନ୍ଦିରରେ କେବଳ ନନ୍ଦିନୀ ବ୍ରାଣ୍ଡର ଘିଅ ବ୍ୟବହାର କରାଯିବ । ରାଜ୍ୟ ଅଧୀନରେ ଥିବା ସମସ୍ତ ମନ୍ଦିରରେ କେବଳ କର୍ଣ୍ଣାଟକ ମିଲ୍କ ଫଡେରେସେନ୍ (KMF) ଦ୍ୱାରା ଉତ୍ପାଦିତ ନନ୍ଦିନୀ ଘିଅ ବ୍ୟବହାର କରାଯିବ । ଠାକୁରଙ୍କ ପାଖରେ ଲାଗିହେଉଥିବା ଭୋଗ ବା ପ୍ରସାଦ ସହ ଦୀପ ଜାଳିବା ପାଇଁ ମଧ୍ୟ ନନ୍ଦିନୀ ଘିଅ ବ୍ୟବହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ତିରୁମାଳା ମନ୍ଦିରର ଲଡ଼ୁ ତିଆରି ପାଇଁ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ । ପୂର୍ବରୁ ୱାଇଏସଆର କଂଗ୍ରେସ ଜଗନ ସରକାର ଏଭଳି କରିଥିବା ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ କରିଥିଲେ । ଏହାପରେ NDDB CALF ନାମକ ଘରୋଇ ଲ୍ୟାବରେ ଲଡ଼ୁର ମାନ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସତ ସାବ୍ୟସ୍ତ ହୋଇଛି । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ରିପୋର୍ଟ ମଗାଯାଇଛି ।

Tags: gheetirupati temple
ShareTweetShareSend
Sanchar Live

Sanchar Live

Next Post
ମାଣିଆବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ ଘଟଣା : ୩ ଜଣ ଅଟକ

ମାଣିଆବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ ଘଟଣା : ୩ ଜଣ ଅଟକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ନାଲକୋ ଅଫିସରେ ସିବିଆଇ ରେଡ
  • ଜେରା ସମୟରେ ସତ ମାନୁନାହାନ୍ତି ବାବା ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ
  • ପୋଲିସ ଏସଆଇ ଚାକିରିରେ ଜାଲିଆତି ଅଭିଯୋଗ
  • ଆଜି ଆସିପାରେ ବିହାରର ଚୂଡ଼ାନ୍ତ ଭୋଟର ତାଲିକା
  • ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.