ସଂଚାର ବ୍ୟୁରୋ: ନାକେଦମ କଲାଣି ବାଘୁଣୀ ଜିନତ । ୩ରୁ ୪ ଥର ଟ୍ରାଙ୍କୁଲାଇଜ କଲେ ମଧ୍ୟ ସଫଳ ହେଉନି ଉଦ୍ୟମ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ବନ ବିଭାଗ । ବାଘୁଣୀ ଜିନତ ଏବେ ପଶ୍ଚିମବଙ୍ଗର ପୁରୁଳିଆରେ ବିଚରଣ କରୁଛି । ଘଞ୍ଚ ଜଙ୍ଗଲ ଭିତରେ ବୁଲୁଥିବାରୁ ଟ୍ରାଙ୍କୁଲାଇଜେସନ୍ କରିବାରେ ସମସ୍ୟା ସୃଷ୍ଟି ହୋଇଛି । ସାଟେଲାଇଟ ରେଡିଓ କଲାର ଜରିଆରେ ତା ଉପରେ ତୀକ୍ଷଣ ନଜର ରଖାଯାଇଛି । ଆବଶ୍ୟକ ପଡିଲେ ଟ୍ରାଙ୍କୁଲାଇଜ ପାଇଁ ହାତୀର ସହାୟତା ମଧ୍ୟ ନିଆଯିବ । ଖୁବଶୀଘ୍ର ଜିନତକୁ ଶିମିଳିପାଳ ଅଭୟାରଣ୍ୟ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି । ଜିନତକୁ ଟ୍ରାକ କରିବା ପାଇଁ ଦୁଇ ରାଜ୍ୟର ୩ଟି ଟିମ୍ ଲାଗିଛନ୍ତି । ଓଡ଼ିଶାର ଗୋଟିଏ ଟିମ୍, ସମେତ ପଶ୍ଚିମବଙ୍ଗର ଦୁଇଟି ଟିମ୍ ଜିନତକୁ ଧରିବା ପାଇଁ ଲାଗିଛନ୍ତି । ଜିନତର ବିଚରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବନ୍ୟବିଭାଗ ଏବଂ ପୋଲିସ ପ୍ରଶାସନ ଜଙ୍ଗଲକୁ ଘେରି ରହିଥିବା ବେଳେ ଗାଁ ଲୋକଙ୍କୁ ସଚେତନ କରାଉଛି।