ସଂଚାର ବ୍ୟୁରୋ: ଆହୁରି ୩ ଦିନ କଲବଲ କରିବ ଗୁଳୁଗୁଳୁ ଓ କାଳବୈଶାଖୀ ବର୍ଷା । ୨୪ ଘଣ୍ଟା ଅସ୍ତବ୍ୟସ୍ତ କରିବ ଗୁଳୁଗୁଳୁ। କାଳବୈଶାଖୀର ମଧ୍ୟ ବିଶେଷ ପ୍ରଭାବ ରହିବ। ୨୪ ଘଣ୍ଟା ପାଇଁ ବିଭିନ୍ନ ଜିଲାକୁ ଅରେଞ୍ଜ ଆଲର୍ଟ ଦେଇଛି ପାଣିପାଗ ବିଭାଗ। କାଳବୈଶାଖୀ ବର୍ଷା ପାଇଁ ଆଜି ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି। କେନ୍ଦୁଝର, ମୟୁରଭଂଜ,ସୁନ୍ଦରଗଡ, ଝାରସୁଗୁଡା ,ବରଗଡ଼ ,ବଲାଙ୍ଗୀର, କୋରାପୁଟ, ରାୟଗଡା ଓ ଗଜପତିକୁ ୟେଲୋ ଓ୍ୱାର୍ଣ୍ଣିଙ୍ଗ ଜାରି ହୋଇଛି। ସେପଟେ ୧୭ ରୁ୨୦ ମେ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲା ଗୁଡିକରେ ବିଜୁଳି, ଝଡ ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ତେବେ ମାଲକାନଗିରି,କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର , ସୁନ୍ଦରଗଡ, ଝାରସୁଗୁଡା,ନବରଙ୍ଗପୁର, ନୂଆପଡା, କେନ୍ଦୁଝର ,ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜୁଳି ଘଡଘଡି ଜନିତ ବର୍ଷା ସମ୍ଭାବନା ରହିଛି l ସେହି ସମୟରେ ଝଟକା ପବନ ସହିତ ପବନର ବେଗ ୫୦ରୁ ୬୦ କିଲୋମିଟର ବେଗରେ ବହିବା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ l