Thursday, November 5, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ମା’ ବାରଭୂଜାଙ୍କ ନିକଟରେ ପୂଜା ହେଲା ୧୦୦ ଠେଙ୍ଗା, ଅଶ୍ଳୀଳତା ଉପରେ ହେବ ଠେଙ୍ଗା ମାଡ଼

Sanchar Live by Sanchar Live
February 3, 2025
in ଓଡିଶା
0
0
SHARES
16
VIEWS
Facebook
Twitter

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ଚଳିତ ବର୍ଷ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବାକୁ ପ୍ରସ୍ତୁତ ହୋଇ ରହିଛି ୧୦୦ଟି ଠେଙ୍ଗା । ଭୁବନେଶ୍ୱର ମଧ୍ୟ ବିଧାୟକ ବାବୁ ସିଂଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଦଳ ସୋମବାର ବାରଭୁଜାଙ୍କ ପାଖରେ ଠେଙ୍ଗା ପୂଜା କରିଛନ୍ତି ।

ବିଧାୟକ ବାବୁ ସିଂ କହିଛନ୍ତି ଯେ ଯଦି କୌଣସି ବିଶୃଙ୍ଖଳା ଦେଖାଯାଏ ଏହି ଶହେ ଠେଙ୍ଗା କାମରେ ଲାଗିବ । ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ ଦ୍ଵି ଅର୍ଥ ବୋଧକ କମେଡ଼ିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଅଶ୍ଲୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ । ଯେଉଁମାନେ ଅଶ୍ଲୀଳତା ପ୍ରଦର୍ଶନ ପାଇଁ ଚେଷ୍ଟା କରିବେ ସେମାନଙ୍କୁ ସଠିକ ଉତ୍ତର ଦିଆଯିବ । କିଛି ମହିଳା ଅଶ୍ଳୀଳତା ପ୍ରଦର୍ଶନକୁ ନେଇ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି । ସେମାନଙ୍କୁ ଖଣ୍ଡଗିରିରେ ପଶିବାକୁ ଦିଆଯିବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ବିଧାୟକ ।

Related posts

ବନ୍ୟା କ୍ଷୟକ୍ଷତି : କେନ୍ଦ୍ରୀୟ ଟିମକୁ ୨,୫୨୬ କୋଟି ସହାୟତା ମାଗିଲା ଓଡିଶା

ବନ୍ୟା କ୍ଷୟକ୍ଷତି : କେନ୍ଦ୍ରୀୟ ଟିମକୁ ୨,୫୨୬ କୋଟି ସହାୟତା ମାଗିଲା ଓଡିଶା

November 5, 2026
ଦୀପାବଳି ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ

ଦୀପାବଳି ପୂର୍ବରୁ ନଜର ପକାନ୍ତୁ ଆଜିର ସୁନା ଦର ଉପରେ

November 5, 2026

ସେମାନଙ୍କ ସମେତ ଅନ୍ୟ ଯେଉଁମାନେ ଏଭଳି ଚେଷ୍ଟା କରନ୍ତି ସଠିକ ଉତ୍ତର ପାଇବେ । ଏଥିପାଇଁ ଆଜି ମା ବାରଭୁଜାଙ୍କ ପାଖରେ ଶହେ ଠେଙ୍ଗା ପୂଜା ହୋଇଛି । କେବଳ ଖଣ୍ଡଗିରି ନୁହେଁ ସାରା ଓଡ଼ିଶାରେ ଯୁବକ ଯୁବତୀଙ୍କ ନେତୃତ୍ୱରେ ଏଭଳି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଧାୟକ ।

ଅନ୍ୟପକ୍ଷରେ ଫେବୃଆରୀ ୪ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ କୁମ୍ଭମେଳା ଚାଲିବ ।  ଫେବୃଆରୀ ୬ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଖଣ୍ଡଗିରିରେ ଚାଲିବ ଯାତ୍ରା । ୭ ଟି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୧୩ଟି ଅପେରା ପାର୍ଟି ନାଟକ ପରିବେଷଣ କରିବେ । ତେବେ ଆଜି ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ସଂପୂର୍ଣ୍ଣ ବନ୍ଦ ପାଇଁ ବିଏମଏସି ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଏପରିକି ସମସ୍ତ ଯାତ୍ରାମାଲିକଙ୍କୁ ବିଏମସି କମିଶନର ଚେତାବନୀ ଦେଇଛନ୍ତି ।

ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିଶର ରାଜେଶ ପ୍ରଭାକର ପାଟିଲ୍ କହିଛନ୍ତି ଯେ, ଐତିହ୍ୟ ପରମ୍ପରା ମର୍ଯ୍ୟାଦା ଭିତରେ ରହି ଯାତ୍ରା ପରିବେଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଯାତ୍ରା କମିଟିକୁ ଏ ବିଷୟରେ ଅବଗତ କରାଇ ଦିଆଯାଇଛି । ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ଅନୁଷ୍ଠିତ ହେବ ।

Tags: khandagiriKumbhamela

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ବନ୍ୟା କ୍ଷୟକ୍ଷତି : କେନ୍ଦ୍ରୀୟ ଟିମକୁ ୨,୫୨୬ କୋଟି ସହାୟତା ମାଗିଲା ଓଡିଶା
  • ଅନ୍ତର୍ଜାତୀୟ ଫୁଟବଲରୁ ରୋନାଲ୍ଡୋଙ୍କ ଅବସର
  • ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.