ଆମ ଆଦମୀ ପାର୍ଟି ରେ ବଢିଲା ବିବାଦ। ରାଘବ ଚଢାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଘବ। ତାଙ୍କୁ ବହିଷ୍କାର କରିବା ପରେ, ଚଢା ଏକ ଟ୍ୱିଟ୍ ମାଧ୍ୟମରେ ଦଳକୁ ପୁଣି ଥରେ ଆକ୍ଷେପ କରି କହିଛନ୍ତି। ଆପ ଦଳ ସଂସଦରେ ମୋ କଥାରେ ରୋକ ଲଗାଇବାକୁ ସଂସଦକୁ କହିଛି। ମୋ ଉପରେ ରୋକ୍ ଲଗାଇ ଦଳକୁ କଣ ଲାଭ ମିଳିବ ବୋଲି ରାଘବ ପ୍ରଶ୍ନ କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ୨ମିନିଟ୍ ୧୮ ସେକେଣ୍ଟର ଏକ ଏକ ଭିଡିଓ ପୋଷ୍ଟ କରିଛନ୍ତି ଆପ୍ ନେତା ରାଘବ ଚଡ୍ଡା। କ୍ୟାପ୍ସନରେ ଲେଖାଅଛି କହିଛନ୍ତି, ଚୁପ୍ ଅଛି ହାରିନାହିଁ । ‘ଆମ୍ ଆଦମୀ’କୁ ମୋର ମେସେଜ୍ । ଭିଡିଓରେ ରାଘବ କହିଛନ୍ତି, ସଂସଦରେ ସେ ଏପରି ପ୍ରସଙ୍ଗ ଉଠାଇଛନ୍ତି ଯାହା ସାଧାରଣତଃ ସଂସଦରେ ଉଠାଯାଏ ନାହିଁ । ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇନାହିଁ । ମୁଁ ଜନତାଙ୍କ ମୁଦ୍ଦା ଉଠାଏ । ତେବେ ଏପରି ପ୍ରସଙ୍ଗ ଉଠାଇବା କ’ଣ ଅପରାଧ ?
ଜନତାଙ୍କ ସମସ୍ୟା ଉଠାଇବା କ’ଣ ଅପରାଧ ? ଏ ପ୍ରଶ୍ନ ମୁଁ ଏଥିପାଇଁ ପଚାରୁଛି ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସେକ୍ରେଟାରୀକୁ କହିଛି କି ରାଘବ ଚଡ୍ଡାଙ୍କୁ ପାର୍ଲାମେଣ୍ଟରେ କହିବା ଉପରେ ରୋକ୍ ଲଗାଯାଉ । ମୋ କହିବା ଉପରେ ଜଣେ କାହିଁକି ରୋକ ଲଗାଇବାକୁ ଛାହୁଁଛନ୍ତି ? ମୁଁ ଯେବେ ବି କୁହେଁ ସାଧାରଣ ଲୋକଙ୍କ କଥା କୁହେ । ଏହି ମୁଦ୍ଦା ଉଠାଇବାକୁ ଦେଶର ସାଧାରଣ ଲୋକଙ୍କୁ ଫାଇଦା ମିଳିଲା ହେଲେ ଆମ୍ ଆଦମୀ ପାର୍ଟିର କଣ କ୍ଷତି ହେଲା ବୋଲି ପ୍ରଶ୍ନ କରିଛନ୍ତି ରାଘବ । ଯେଉଁମାନେ ମୋତେ କହିବାକୁ ରୋକିଛନ୍ତି ତାଙ୍କୁ କହିବାକୁ ଚାହିଁବି ମୋ ନୀରବାତକୁ ହାରିବା ଭାବିବନି ।
ଆପ୍ ଆମ୍ ଆଦମୀ ପାର୍ଟି (ଆପ୍) ଗୁରୁବାର ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଥିଲା । ତାଙ୍କ ସ୍ଥାନରେ ଦଳ ରାଜ୍ୟସଭା ସାଂସଦ ଅଶୋକ ମିତ୍ତଲଙ୍କୁ ବାଛିଛି । ରାଜ୍ୟସଭା ସଚିବାଳୟକୁ ପତ୍ର ଲେଖି ଆପ୍ ଏହା ଜଣାଇଥିଲା । ପତ୍ରରେ ଆପ୍ ଦର୍ଶାଇଥିଲା କି, ଏଣିକି ରାଘବ ଚଡ୍ଡାଙ୍କୁ ଦଳ ପକ୍ଷରୁ କହିବାକୁ ନ ଦିଆଯାଉ । ରାଘବ ୨୦୨୨ରେ ପଞ୍ଜାବରୁ ରାଜ୍ୟସଭାରେ ସାଂସଦ ଅଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ରହିଛି । ଆପ୍ କାହିଁକି ରାଘବଙ୍କୁ ଉପନେତା ପଦରୁ ହଟାଇଲା ତାହା ଜଣାଇନାହିଁ । ତେବେ ରାଘବ ଦୀର୍ଘ ଦିନ ହେଲା ଦଳରୁ ଦୂରତା ବନାଇଛନ୍ତି ଏବଂ ଆପ୍କୁ ନେଇ କୌଣସି ବୟାନ ମଧ୍ୟ ଦେଉନାହାନ୍ତି । ଆସାମର ଷ୍ଟାର ପ୍ରଚାରକ ତାଲିକାରେ ରାଘବଙ୍କୁ ସାମିଲ କରା ନ ଯିବା ପରେ ଆପରେ ଅନ୍ତଃକନ୍ଦଳ ନେଇ ଚର୍ଚ୍ଚା ହୋଇଥିଲା । ତେବେ ଅନ୍ୟପକ୍ଷରେ ପଞ୍ଜାବ ସାଂସଦ ଅଶୋକ ମିତ୍ତଲଙ୍କୁ ରାଜ୍ୟ ସଭା ଉପନେତା ପଦ ମିଳିବା ପରେ ସେ କହିଛନ୍ତି ଆପ୍ ଏକ ଗଣତାନ୍ତ୍ରିକ ପାର୍ଟି। ଏହି ଦଳରେ ସମସ୍ତଙ୍କୁ ବଭିନ୍ନ ପଦ ମିଳେ ।ଏହା ଦ୍ବାରା ସବୁ ନେତାଙ୍କୁ ଶିଖିବାର ସୁଯୋଗ ମିଳିବ।
