ସଂଚାର ବ୍ୟୁରୋ: ତେଲଙ୍ଗାନାରେ ୬ ନକ୍ସଲ ନିହତ। ଭଦ୍ରାଦ୍ରି କୋଠାଗୁଡ଼ି ଜିଲ୍ଲାରେ ଆଜି ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ତେବେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଜଣକର ଅବସ୍ଥା ଗୁରୁତର ଅଛି। ଆଜି ସକାଳୁ କମ୍ଵିଂବେଳେ ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଗତ ବୁଧବାର ମଧ୍ୟ ତେଲେଙ୍ଗାନା ସୀମାନ୍ତ ଦାନ୍ତେୱାଡ଼ାରେ ଏକ ଏନକାଉଣ୍ଟରରେ ୯ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା। ସେଠାରୁ ବହୁ ଅସ୍ତ୍ରଶସ୍ତ୍ର ବି ଜବତ ହୋଇଥିଲା।