ଦିଲ୍ଲୀ ହାଇକୋର୍ଟ ଟେଲିଗ୍ରାମ ଉପରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । NEET ପୁନଃପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ଟେଲିଗ୍ରାମ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ଯାହା ମେସେଜିଂ ପ୍ଲାଟଫର୍ମକୁ ଆଶ୍ବସ୍ତି ପ୍ରଦାନ କରିନାହିଁ । ଜୁନ୍ ୨୧ ତାରିଖରେ NEET ପରୀକ୍ଷା ଅନୁଷ୍ଠିତ ହେବ । ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅବରୋଧ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟ ସମର୍ଥନ କରିଛନ୍ତି ।
ସୂଚନାନୁଯାୟୀ, ପେପର ଲିକ୍, ନକଲି ପ୍ରଶ୍ନପତ୍ର ପ୍ରସାରଣ, ଠକେଇ ନେଟୱାର୍କ ଏବଂ ଭୁଲ୍ ସୂଚନାର ବ୍ୟବହାର ଟେଲିଗ୍ରାମ ପ୍ଲାଟଫର୍ମରେ କରାଯାଉଥିଲା ବୋଲି ଅଭିଯୋଗ ରହିଛି । NTA ସୁପାରିଶ ଆଧାରରେ ଇଲୋକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଦ୍ୟୋଗିକ ମନ୍ତ୍ରଣାଳୟ ସୂଚନା ପ୍ରଦ୍ୟୋଗିକ ଆଇନ୍ ୨୦୦୦ର ଧାରା 69A ଅଧୀନରେ ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ପ୍ରତିବନ୍ଧକ ଲଗାଇ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିସହ ମେସେଜ ଏଡିଟିଂ ଫିଚର୍ସକୁ ମଧ୍ୟ ଜୁନ୍ ୩୦ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।
ଗତ ମାସରେ NEET UG ପରୀକ୍ଷା ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା । କିନ୍ତୁ ପରେ ପେପର୍ ଲିକ୍ ସାମ୍ନାକୁ ଆସିଥିଲା । ଯାହା ସମସ୍ତଙ୍କୁ ପ୍ରଭାବିତ କରିଥିଲା ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଧାରଣ ଲୋକଙ୍କ କ୍ରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ତେଣୁ ଏହି ଘଟଣାର ପୁନରାବୃତ୍ତି ନହେବା ପାଇଁ ସରକାର ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି। ଏହି କାରଣରୁ, ବିପଦର ସମ୍ଭାବନାକୁ ଦର୍ଶାଇ ସରକାର ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅସ୍ଥାୟୀ ଭାବରେ ନିଷେଧ କରିଛନ୍ତି।

