ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଆଜି ଭାରତୀୟ ଖେଳାଳିମାନେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ନେଟ୍ରେ ଅଭ୍ୟାସ କରିଛନ୍ତି। ଆସନ୍ତାକାଲିର ମହାମୁକାବିଲା ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍ ରାହୁଲ, ଯଶସ୍ବୀ ଜୟସ୍ବାଲ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମି, ରବୀନ୍ଦ୍ର ଜାଦେଜା, ଅର୍ଶଦୀପ ସିଂ, କୁଲଦୀପ ଯାଦବ ଓ ଅନ୍ୟ ଖେଳାଳିମାନେ ଅଭ୍ୟାସ କରିଛନ୍ତି। ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବାରୁ ଦଳର ଖେଳାଳିମାନେ ବହୁ ପରିଶ୍ରମ କରିଛନ୍ତି। ରନିଂ, ବ୍ୟାୟାମ ସହିତ ଝାଳ ବୁହାଇ ଷ୍ଟାଡିୟମ୍ର ସ୍ଥିତିକୁ ଅତି ନିକଟରୁ ପରଖିଛନ୍ତି।