ସଂଚାର ବ୍ୟୁରୋ: ସାର ପାଇଁ ଲମ୍ବା ଲାଇନ । ଆଧାର କାର୍ଡ ଓ ବ୍ୟାଗ ରଖି ସାରା ରାତି ଉଜାଗର ରହିଲେ ଚାଷୀ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକର ନରେନ୍ଦ୍ର ଲ୍ୟାମ୍ପସରେ I ପୂର୍ବରୁ ଅନେକଥର ଲ୍ୟାମ୍ପସକୁ ଆସି ଫେରି ଯାଉଥିବା ଚାଷୀମାନେ ସାର ଆସିବା ଖବର ପାଇ ଗତ ରାତିରୁ ଲାଇନରେ ଲାଗିଛନ୍ତି I ନିଜେ ଉପସ୍ଥିତ ରହିବା ସହ ଲାଇନରେ ଆଧାର କାର୍ଡ ଆଉ ବ୍ୟାଗ ରଖିଥିଲେ l ଏବେ ମାତ୍ର ୨ ଶହ ବସ୍ତା ସାର ଆସିଛି ହେଲେ ୨ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଥିବାରୁ ପ୍ରବଳ ପାଟିତୁଣ୍ଡ ଦେଖିବାକୁ ମଳିଛି । ତେଣୁ ଲ୍ୟାମ୍ପସ କର୍ତୃପକ୍ଷ ୫୦ ବସ୍ତା ସାର ଥାଇ ବଣ୍ଟନକୁ ବନ୍ଦ କରିଛନ୍ତି l ଆସନ୍ତାକାଲି ସାର ଆସିଲେ ସମସ୍ତଙ୍କୁ ମିଳିବ ବୋଲି ଗୁରୁଣ୍ଡିଆ ଲ୍ୟାମ୍ପସର ହିସାବ ରକ୍ଷକ ଜଗନ୍ନାଥ ବିଶ୍ଵାଳ କହିଛନ୍ତି । ….