ସଂଚାର ବ୍ୟୁରୋ: ହାତୀ ଆକ୍ରମଣରେ ମହିଳା ମୃତ । ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇଥିବା ବେଳେ ମହିଳା ଜଣକ ହାତୀ ହାବୁଡ଼ରେ ପଡ଼ଯାଇଥିଲେ । ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର କରମଡିହି ଗିତପଡ଼ା ଜଙ୍ଗଲରେ ହାତୀ ତାଙ୍କୁ ଧରି କଚାଡ଼ି ଦେଇଥିଲା । ଗାଁର ଦୁଇ ଜଣ ମହିଳାଙ୍କ ସହିତ ଗାଁର ମେରୀ ଟେଟେ ସକାଳ ପ୍ରାୟ ୬ଟା ପାଖାପାଖି କେନ୍ଦୁ ପତ୍ର ତୋଳିବା ପାଇଁ ନିକଟ ଜଙ୍ଗଲକୁ ଯାଇଥିଲେ । କେନ୍ଦୁ ପତ୍ର ତୋଳିଥିବା ବେଳେ ହଠାତ ହାତୀଟି ସାମନାକୁ ଚାଲିଆସିଥିଲା । ଜୀବନ ବିକଳରେ ଅନ୍ୟ ଦୁଇ ମହିଳା ସେଠାରୁ ଦୌଡ଼ି ପଳାଇ ଯାଇଥିଲେ । ତେବେ ମେରୀ ହାତୀ ହବୁଡରେ ପଡ଼ିଯାଇଥିଲେ । ହାତୀ ତାଙ୍କୁ କଚାଡ଼ି ମାରିଦେଇଛି । ଖବର ପାଇ ବନ କର୍ମଚାରୀ ଓ ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରିଛି । ହାତୀଟି ବର୍ତ୍ତମାନ ମଧ୍ୟ ସେହି ଜଙ୍ଗଲରେ ରହିଛି । ହାତୀଟି ଉଜ୍ଜଳପୁର ଅଞ୍ଚଳରୁ ଗତକାଲି ରାତିରେ ଆସିଥିବା ଜଣାପଡ଼ିଛି । ଆଜି ରାତି ହେଲେ ଅନ୍ୟତ୍ର ଘଉଡ଼ା ଯିବ ବୋଲି ରେଞ୍ଜର କହିଛନ୍ତି