ରାସ୍ତାରୁ ଖସିଲା ବସ। ରାସ୍ତାରୁ ୧୦ ଫୁଟ ତଳକୁ ଖସି ପଡିଲା ଯାତ୍ରୀବାହୀ ବସ । ସୁନ୍ଦରଗଡ଼ ସଦର ଥାନା ଟାଙ୍ଗରମୁଣ୍ଡା ନିକଟରେ ଘଟିଛି ଏ ଦୁର୍ଘଟଣା।ଦୁର୍ଘଟଣାରେ ଜଣେ ମୃତ ୪୦ ରୁ ଅଧିକ ଆହତ ହୋଇଥିବା ସୂଚନା। ବସଟି ଦ୍ରୁତ ଗତିରେ ଆସି ଏକ ବାଇକକୁ ଧକ୍କା ଦେଇଥିଲା। ଏହା ପରେ ବାଇକକୁ ଧକ୍କା ଦେଇ ରାସ୍ତାରୁ ତଳକୁ ଖସି ପଡିଥିଲା। ବସଟି ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସି ପଡ଼ିଲା। ଏକ ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। କିଞ୍ଜିରକେଲାରୁ ସୁନ୍ଦରଗଡ଼ ଆସୁଥିଲା ବସ।ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

