ସଂଚାର ବ୍ୟୁରୋ: ବାଲୁକାକଳାରେ ଶାନ୍ତିର ବାର୍ତ୍ତା । ପୁରୀ ବେଳାଭୂମିରେ ଲେଟ୍ ପିସ୍ ପ୍ରିଭେଲ ଓ ଷ୍ଟପ ରିଲିଜିଅସ ଆଟାକ୍ ର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଂଲାଦେଶରେ ଚାଲିଥିବା ସାଂପ୍ରତିକ ହିଂସା ପରିସ୍ଥିତିକୁ ନେଇ ଶାନ୍ତିର ବାର୍ତ୍ତା ଦେଇଛନ୍ତି ବାଲୁକାଶିଳ୍ପୀ । ପୁରୀ ବେଳାଭୂମିରେ ପ୍ରସ୍ତୁତ ଏହି ବାଲୁକାକଳାରେ ରହିଛି ବାଂଲାଦେଶରେ ଚାଲିଥିବା ସାଂପ୍ରତିକ ହିସାର ଚିତ୍ର । ବର୍ତ୍ତମାନ ପରିସ୍ଥିତିରେ ବାଂଲାଦେଶ କିଭଳି ଭାବରେ ସାମ୍ପ୍ରଦାୟିକ ହିଂସା ଯୋଗୁଁ ଜଳୁଛି ଏବଂ ହିନ୍ଦୁ ଏବଂ ମଠ ମନ୍ଦିର ଉପରେ ଆକ୍ରମଣ ହେଉଛି ବାଲୁକା କଳାରେ ଦର୍ଶାଇଛନ୍ତି ବାଲୁକାଶିଳ୍ପୀ ।