ଶନିବାର ଆସିବ ସୁଭଦ୍ରା ଟଙ୍କା। ଆସନ୍ତାକାଲି ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ବଣ୍ଟାଯିବ। ରାଜ୍ୟର ୧୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯିବ। ଏନେଇ ଯାଜପୁରଠାରେ ଏକ ଭବ୍ଯ କାର୍ଯ୍ଯକ୍ରମ ଆୟୋଜନ ହେବ। ଆଜି ସମ୍ବଲପୁରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଶୁଭାରମ୍ଭ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ରାଜ୍ଯରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ। ଏହା ସହ ଯେଉଁମାନେ NPCIରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡି ଦିଆଯିବ। ୩ ଲକ୍ଷ ୩୮ ହଜାର NPCI ମଧ୍ଯରୁ ୫୯ ହଜାର NPCI କ୍ଲିୟର ହୋଇଛି। ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ପ୍ରଥମ କିସ୍ତି ଓ ଉଭୟ ୨ୟ କିସ୍ତିର ବି ପଇସା ପାଇବେ। ସୁଭଦ୍ରା ମହିଳାଙ୍କ ପାଇଁ ବିକାଶର ମୂଳ ପିଣ୍ଡ। ମହିଳାଙ୍କୁ ଉଦ୍ଯମୀ, ଏଣ୍ଟ୍ରରପିନିଓର ହିସାବରେ ସୁଭଦ୍ରା ଗଢି ତୋଳିବ ବୋଲି ଉପମୁଖ୍ଯମନ୍ତ୍ରୀ କହିଛନ୍ତି।