ଅଧା ରହିଗଲା ମାଟ୍ରିକ ପରୀକ୍ଷା। ଆଜି ସକାଳେ ମାଟ୍ରିକ ପରୀକ୍ଷା ଦେବାକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଚାଲିଗଲା ଜଣେ ଛାତ୍ରଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଆସିଛି ବାହାନଗା ବ୍ଲକ ବାରିପଦା ଗ୍ରାମରୁ। ମୃତ ଛାତ୍ର ହେଉଛନ୍ତି ଏହି ଗ୍ରାମର କୈଳାସ ମାଝୀଙ୍କ ପୁଅ ଚନ୍ଦ୍ରଶେଖର। ସେ ସ୍ଥାନୀୟ ଉଦୟ ନାରାୟଣ ହାଇସ୍କୁଲରେ ପାଠ ପାଢୁଥିଲେ। ସେ ୩ ଦିନ ତଳେ ଭୋଜିରେ ଖାଇ ଅସୁସ୍ଥ ହୋଇଥିଲେ। ଗତକାଲି ଡାକ୍ତର ଦେଖାଇ ଔଷଧ ଖାଇଥିଲା ଚନ୍ଦ୍ରଶେଖର। ସକାଳେ ତାର ମାଆ ଚନ୍ଦ୍ରଶେଖରକୁ ମାଟ୍ରିକ ପରୀକ୍ଷା ପାଇଁ ଗାଧୋଇ ଦେଇଥିଲା। ଚନ୍ଦ୍ରଶେଖର ୫ କିଲୋମିଟର ଦୂର କଲ୍ୟାଣୀ ନୂଆପୁର ହାଇସ୍କୁଲ କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ ହେଉଥିଲା। ଗାଧୋଇବା ପରେ ହଠାତ ଟଳି ପଡିବାରୁ ତାକୁ ସୋର ଡାକ୍ତରଖାନା ପରିବାରଲୋକେ ନେଇ ଆସିଥିଲେ। ସେଠାରେ ଡାକ୍ତର ଚନ୍ଦ୍ରଶେଖରକୁ ମୃତ ଘୋଷଣା କରିଥିଲେ।